ଆଇପିଏଲ୍‌ ୧୨: ରସେଲକୁ ଆଉଟ୍‌ କରିପାରିଲାନି ଚେନ୍ନାଇ, ୧୦୮ ରନ୍‌ ନିୟନ୍ତ୍ରଣରେ ରହିଲା କୋଲକାତା

ଚେନ୍ନାଇ: ବିପୁଳ ଉଦ୍ୟମ ସତ୍ତ୍ୱେ ମଙ୍ଗଳବାର କୋଲକାତା ଟିମ୍‌ର ଆନ୍ଦ୍ରେ ରସେଲ (ଅପରାଜିତ ୫୦ ରନ, ୪୪ ବଲ, ୫ ଚୌକା, ୩ ଛକା)ଙ୍କୁ ଚେନ୍ନାଇ ସୁପର କିଙ୍ଗସ୍‌ ଆଉଟ କରି ପାରି ନାହିଁ। ଏକଦା ଚେନ୍ନାଇର ତ୍ରୁଟି ଯୋଗୁଁ ରସେଲ ଏକ ଜୀବନଦାନ ପାଇ ଯାଇଥିଲେ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୨୩ତମ ମ୍ୟାଚରେ ଚେନ୍ନାଇ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଚଳିତ ଆଇପିଏଲ୍‌ରେ କୋଲକାତାର ଏହା ହେଉଛି ସର୍ବନିମ୍ନ ସ୍କୋର। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଆଜି କୋଲକାତାକୁ ବୃହତ୍ତ ସ୍କୋର କରିବାକୁ ସୁଯୋଗ ଦେଇ ନାହିଁ। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵକେଟ ହରାଇ ୧୦୮ ରନ୍‌ କରିଛି। ଫଳରେ ଚେନ୍ନାଇକୁ ୧୦୯ ରନ୍‌ ଟାର୍ଗେଟ ମିଳିଛି।

କୋଲକାତା ସ୍କୋର ୧୦ ରନ୍‌ କରିବା ପୂର୍ବରୁ କ୍ରିସ୍‌ ଲିନ୍‌, ସୁନିଲ ନାରିନ୍‌ ଓ ନୀତିଶ ରାଣାଙ୍କୁ ହରାଇ ସାରିଥିଲା। ସ୍କୋର ୬ ରନ୍‌ରେ ଲିନ୍‌ (୦ ରନ୍‌), ୮ ରନ୍‌ରେ ନାରିନ୍‌ (୬ ରନ୍‌) ଓ ୯ ରନ୍‌ରେ ରାଣା (୦ ରନ୍‌) ଆଉଟ୍‌ ହୋଇଥିଲେ। ଚେନ୍ନାଇର ୪.୪ ଓଭରରେ ୪ର୍ଥ ଶିକାର ହୋଇଥିଲେ ରବିନ ଉଥାପା (୧୧ ରନ୍‌)। ଦିପକ ଚହରଙ୍କ ବଲ ଅମ୍ବାତି ରାୟଡୁଙ୍କୁ ଦେଇ ଆଉଟ୍‌ ହୋଇଥିଲେ। କୋଲକାତା ୫ମ ଓ୍ଵିକେଟ ଭାବରେ ଅଧିନାୟକ ଦିନେଶ କାର୍ତ୍ତିକ (୧୯ ରନ୍‌)। ସେ ଇମ୍ରାନ ତାହିରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

କୋଲକାତା ସ୍କୋର ୪୭ ରନ୍‌ରେ ୬ଷ୍ଠ ଓ୍ଵିକେଟରେ ଶୁଭମନ ଗିଲ, ୭୬ ରନ୍‌ରେ ପିୟୁଷ ଗୋୟଲ ଓ କୁଲଦୀପ ଯାଦବ ଓ ୭୯ ରନ୍‌ରେ ପ୍ରାସିଦ କ୍ରିଷ୍ଣା ଆଉଟ୍‌ ହୋଇଥିଲେ। ଦିପକ ଚହରଙ୍କୁ ୩ଟି ଓ୍ଵିକେଟ ମିଳିଥିଲା। ସେହିପରି ହରଭଜନ ସିଂହ ଓ ଇମ୍ରାନ ତାହିର ୨-୨ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର