ଆଇପିଏଲ୍‌ ୧୧: ଚେନ୍ନାଇର ସବୁ ଘରୋଇ ମ୍ୟାଚ ପୁଣେରେ!

ଚେନ୍ନାଇ: କାବେରୀ ଜଳ ବିବାଦକୁ ନେଇ ତାମିଳନାଡୁରେ ଲୋକଙ୍କ ମଧ୍ୟରେ ବିରୋଧ ଦେଖିବାକୁ ମିଲିଛି । ଯାହା ଫଳରେ ଚେନ୍ନାଇରେ ଖେଳା ଯିବାକୁ ଥିବା ବାକି ସବୁ ଆଇପିଏଲ ମ୍ୟାଚକୁ ବାତିଲ କରାଯାଇଛି । ଏହି ମ୍ୟାଚ ସବୁ ଅନ୍ୟ ସ୍ଥାନରେ ଖେଳାଯିବା ପାଇଁ ନିଷ୍ପତି ନିଆ ଯାଇଛି । ବିସିସିଆଇ ଓ ଚେନ୍ନାଇ ସୁପର କିଙ୍ଗସ୍‌ ନିଷ୍ପତି ନେଇଛନ୍ତି, ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସବୁ ଘରୋଇ ମ୍ୟାଚ ପୁଣେରେ ଖେଳାଯିବ।

ସୂଚନା ମୁତାବକ ଚେନ୍ନାଇ ସୁପର କିଙ୍ଗସର ମାଳିକ, ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ମିଳିତ ଭାବେ ନିଷ୍ପତି ନେଇଛନ୍ତି, ଚେନ୍ନାଇର ସବୁ ମ୍ୟାଚକୁ ପୁଣେରେ ଆୟୋଜନ କରାଯିବ । ପୂର୍ବରୁ ପୁଣେରେ ଆଇପିଏଲର ଦୁଇଟି ମ୍ୟାଚ ମେ’ ୨୩ ଓ ମେ’ ୨୫ ତାରିଖରେ ଖେଳା ଯିବାରଥିଲା । ଏଥି ପାଇଁ ପୁଣେ ପ୍ରସ୍ତୁତି କରୁଥିବା ବେଲେ ଏବେ ପୁଣେରେ ଚେନ୍ନାଇର ଘରୋଇ ମ୍ୟାଚ ଖେଳାଯିବ ।

କାବେରୀ ନଦୀ ବିବାଦକୁ ନେଇ ତାମିଳନାଡୁରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ବିରୋଧ ଦେଖିବାକୁ ମିଳିଛି । ଏହି କାରଣରୁ ଚେନ୍ନାଇ ପୁଲିସ ଆଇପିଏଲ ମ୍ୟାଚକୁ ସୁରକ୍ଷା ଦେଇପାରିବେନି ବୋଲି ମନା କରିଦେଇଛି । ବିଭିନ୍ନ ସଂଗଠନ ଆଇପିଏଲ ମ୍ୟାଚ ନ କରିବା ବିରୋଧ ଜାରି ରଖିଛନ୍ତି । ଚେନ୍ନାଇରେ ମଙ୍ଗଳବାର ଖେଳାଯାଇଥିବା ଚେନ୍ନାଇ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହୋଇଥିବା ଏହି ମ୍ୟାଚ ଚାଲିଥିବା ବେଳେ ପ୍ରଥମ ଇନିଂସର ୮ ଓଭରରେ କିଛି ପ୍ରଦର୍ଶନକାରୀ ରବୀନ୍ଦ୍ର ଜାଡେଜାଙ୍କ ନିକଟକୁ ଜୋତା ଫିଙ୍ଗିଥିଲେ।

ସମ୍ବନ୍ଧିତ ଖବର