ଆଇପିଏଲ୍‌ ୧୧: ଉଦ୍‌ଘାଟନୀ ସମାରୋହରେ ୧୫ ମିନିଟ ପରଫର୍ମ ପାଇଁ ବରୁଣ ଧାଓ୍ଵନ୍‌ ନେବେ ୬ କୋଟି

ମୁମ୍ବାଇ: ଓ୍ଵାନ୍‌ଖେଡେ ଷ୍ଟାଡିୟମ୍‌ରେ ଆଗାମୀ ଏପ୍ରିଲ୍‌ ୭ ଅପରାହ୍ନ ୨ଟା ୩୦ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ୨୦୧୭ ବିଜେତା ତଥା ଆୟୋଜକ ମୁମ୍ବାଇ ଇଣ୍ଡିଆନ୍‌ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ଏହି ମ୍ୟାଚ୍‌ ମୁକାବିଲା ହେବ। କିନ୍ତୁ ଉଦ୍‌ଘାଟନୀ ସମାରୋହ ପାଇଁ ଯୋରଦାର ଆୟୋଜନ ଚାଲିଛି, ଯେଉଁଥିରେ ବଲିଉଡ଼ ତାରକାମାନେ ପରଫର୍ମ କରିବେ।

ଆଇପିଏଲ୍‌ ୨୦୧୮କୁ ଅଧିକ ସ୍ମରଣୀୟ କରିବା ପାଇଁ ବଲିଉଡ଼ରୁ ବଛାବଛା କଳାକାରଙ୍କୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଏଥି ପାଇଁ ଏବେଠାରୁ ଯୋରଦାର ପ୍ରସ୍ତୁତ ଚାଲିଛି। ଉଦ୍‌ଘାଟନୀ ସମାରୋହରେ ୧୫ ମିନିଟ୍‌ ପରଫର୍ମ ହେବ। ଏଥିପାଇଁ ଅଭିନେତା ରଣବୀର ସିଂହ ୫ କୋଟି ଟଙ୍କା ନେଇଛନ୍ତି ବୋଲି କିଛି ଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

କୁହାଯାଉଛି ଯେ, ରଣବୀରଙ୍କ ତୁଳନାରେ ଅଭିନେତା ବରୁଣ ଧାଓ୍ଵନ୍‌ଙ୍କୁ ଅଧିକ ଟଙ୍କାର ଅଫର ଦିଆଯାଉଛି। ପରଫର୍ମ ପାଇଁ ବରୁଣ ୬ କୋଟି ଟଙ୍କା ନେବେ ବୋଲି ଚର୍ଚ୍ଚା ହେଉଛି। ଉଦ୍‌ଘାଟନୀ ସମାରୋହରେ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ସହିତ ପରିଣୀତି ଚୋପ୍ରା ମଧ୍ୟ ପରଫର୍ମ କରିବେ।

ସମ୍ବନ୍ଧିତ ଖବର