ଆଇପିଏଲ୍‌ ୧୨: ହାଇଦ୍ରାବାଦ୍‌ ବିପକ୍ଷରେ ୬ ଓ୍ଵିକେଟ୍‌ରେ ଜିତିଲା କୋଲକାତା

କୋଲକାତା: କୋଲକାତା ନାଇଟ୍‌ ରାଇଡର୍ସ ରବିବାର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଚଳିତ ଆଇପିଏଲ୍‌ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ନାଇଟ୍‌ ରାଇଡର୍ସକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱତୀୟ ମ୍ୟାଚ୍‌ରେ କୋଲକାତା ୧୯.୪ ଓଭରରେ ୪ ଓ୍ଵିକେଟ ହରାଇ ୧୮୩ ରନ୍‌ କରିଛି। ଦଳର ନୀଶିଥ ରାଣା ୬୮ ରନ୍‌ କରିଥିବା ବେଳେ ରବୀନ ଉଥାପା ୩୫ ରନ୍‌, ଆନ୍ଦ୍ରେ ରସେଲ ଅପରାଜିତ ୪୯ ରନ୍‌ ଓ ଶୁଭମନ ଗିଲ ଅପରାଜିତ ୧୮ ରନ୍‌ କରିଛନ୍ତି।

ପ୍ରଥମ ଇନିଂସରେ ଡାଭିଡ ଓ୍ଵାର୍ଣ୍ଣର ବିସ୍ଫୋରକ ଅର୍ଦ୍ଧଶତକ (୮୫ ରନ୍‌, ୫୩ ବଲ୍‌, ୯ ଚୌକା ଓ ୩ ଛକା) ହାସଲ କରିଥିଲେ। ଦୁଇ ବର୍ଷ ପରେ କ୍ରିକେଟକୁ ଫେରି ଓ୍ଵାର୍ଣ୍ଣର ଭଲ ଫର୍ମରେ ବ୍ୟାଟିଂ କରିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ସନ୍‌ରାଇଜସ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ଦ୍ୱାଦଶ ସଂସ୍କରଣ ଦ୍ୱିତୀୟ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୮୧ ରନ୍‌ କରିବା ପରେ କୋଲକାତାକୁ ୧୮୨ ରନ୍‌ ଟାର୍ଗେଟ ମିଳିଥିଲା।

କୋଲକାତାର ଇଡେନ ଗାର୍ଡେନରେ ହାଇଦ୍ରାବାଦର ଜନି ବେୟାରଷ୍ଟୋ ୩୯ ରନ୍‌, ବିଜୟ ଶଙ୍କର ଅପରାଜିତ ୪୦ ରନ୍‌ ଓ ମନୀଷ ପାଣ୍ଡେ ଅପରାଜିତ ୧୮୨ ରନ୍‌ କରିଛନ୍ତି। ୟୁସୁଫ ପଠାନ ଦଳ ପାଇଁ ମାତ୍ର ୧ ରନ୍‌ ଯୋଗଦାନ ଦେଇଥିଲେ।

କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ପୀୟୁଷ ଚାଓ୍ଵଲା ଗୋଟିଏ ଓ୍ଵିକେଟ୍‌ ନେଇଛନ୍ତି। ହାଇଦ୍ରାବାଦ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ସ୍କୋର ୧୧୮ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବରେ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ଡାଭିଡ ଓ୍ଵାର୍ଣ୍ଣର ଆଉଟ୍‌ ହେବା ବେଳକୁ ସ୍କୋର ୧୪୪ ରନ୍‌ ଥିଲା। ସେହିପରି ୧୫୨ ରନ୍‌ରେ ହାଇଦ୍ରାବାଦ ୩ୟ ଓ୍ଵିକେଟ ଭାବରେ ୟୁସୁଫ ପଠାନଙ୍କୁ ହରାଇଥିଲା।

ସମ୍ବନ୍ଧିତ ଖବର