ଆଇପିଏଲ୍‌ ୧୨: ଟସ୍‌ ଜିଣି ପଂଜାବର ବୋଲିଂ ନିଷ୍ପତ୍ତି, ମୁମ୍ବାଇର ବ୍ୟାଟିଂ ଜାରି

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୯ମ ମ୍ୟାଚ୍‌ରେ ପଂଜାବ ମୁମ୍ବାଇ ବିପକ୍ଷରେ ଟସ୍‌ ଜିଣି ଶନିବାର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପଂଜାବର ମୋହାଲି ଷ୍ଟାଡିୟମରେ ଜାରି ରହିଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ ବ୍ୟାଟିଂ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଅଧିନାୟକ ରୋହିତ ଶର୍ମା ୧୯ ରନ୍‌ ଓ କ୍ୱିଣ୍ଟନ୍‌ ଡି କକ୍‌ ୧୬ ରନ୍‌ରେ ବ୍ୟାଟିଂ ଜାରି ରଖିଛନ୍ତି। ମୁମ୍ବାଇର ସ୍କୋର ୪ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ୩୫ ରନ୍‌ରେ ପହଂଚିଛି।

ସମ୍ବନ୍ଧିତ ଖବର