ଆଇପିଏଲ୍‌ ୧୨: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ୮ ଓ୍ଵିକେଟ୍‌ରେ ହରାଇଲା ପଂଜାବ

ମୋହାଲି: ଲୋକେଶ ରାହୁଲ (ଅପରାଜିତ ୭୧ ରନ୍‌, ୫୭ ବଲ, ୬ ଚୌକା ଓ ୧ ଛକା)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ କିଙ୍ଗ୍‌ ଏକାଦଶ ପଂଜାବ ଶନିବାର ମୁମ୍ବାଇ ଇଣ୍ଡିଆନସ୍‌କୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଡାଭିଡ ମିଲର ୧୦ଟି ବଲ ଖେଲି ଅପରାଜିତ ୧୫ ରନ୍‌ କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୯ମ ମ୍ୟାଚ୍‌ରେ ପଂଜାବ ୧୭୭ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୮.୪ ଓଭରରେ ୨ ଓ୍ଵିକେଟ ହରାଇ ୧୭୭ ରନ୍‌ କରିଛି।

ସ୍କୋର ୫୩ ରନ୍‌ରେ କ୍ରିସ୍‌ ଗେଲ (୪୦ ରନ୍‌, ୨୪ ବଲ, ୩ ଚୌକା ଓ ୨ ଛକା), ୧୧୭ ରନ୍‌ରେ ମୟଙ୍କ ଅଗ୍ରଓ୍ଵାଲ ୪୩ ରନ୍‌ କରି ଆଉଟ୍‌ ହୋଇଥିଲେ। କ୍ରୁଣାଲ ପାଣ୍ଡ୍ୟାଙ୍କ ଦ୍ୱାରା ଆଉଟ୍‌ ହେବା ପୂର୍ବରୁ ସେ ୨୧ ବଲ ଖେଳି ୪ ଚୌକା ଓ ୨ ଛକା ମାରିଥିଲେ।

ପ୍ରଥମ ଇନିଂସରେ କ୍ୱିଣ୍ଟନ୍‌ ଡି କକ୍‌ଙ୍କ ଅର୍ଦ୍ଧଶତକ (୬୦ ରନ୍‌, ୩୯ ବଲ୍‌, ୬ ଚୌକା ଓ ୨ ଛକା) ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା। ଫଳରେ କିଙ୍ଗ୍‌ ଏକ୍ସଆଇ ପଂଜାବକୁ ୧୭୭ ରନ୍‌ ଟାର୍ଗେଟ ମିଳିଥିଲା। ପଂଜାବ ମୁମ୍ବାଇ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୯ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୧ ରନ୍‌ କରିଛନ୍ତି। ପଂଜାବ ଟିମ୍‌ର ମହମ୍ମଦ ସାମି, ହାଦୁର୍ସ ଭିଲଜୋନ୍‌ ମୁରୁଗାନ୍‌ ଅଶ୍ୱିନ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଆଣ୍ଡ୍ରୁ ଟେଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।।

ପଂଜାବର ମୋହାଲି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍‌ ସ୍କୋର ୫୧ ରନ୍‌ରେ ରୋହିତ ଶର୍ମା (୩୨ ରନ୍‌, ୧୯ ବଲ ଓ ୫ ଚୌକା)ଙ୍କୁ ହରାଇଥିଲା। ପଂଜାବର ୨ୟ ଶିକାର ହୋଇଥିଲେ ସୂର୍ଯ୍ୟକାନ୍ତ ଯାଦବ। ସେତେବେଳକୁ ମୁମ୍ବାଇର ସ୍କୋର ୬.୨ ଓଭରରେ ୬୨ ରନ୍‌ ଥିଲା। ସେହିପରି ମୁମ୍ବାଇ ୩ୟ ଓ୍ଵିକେଟ ଭାବରେ କ୍ୱିଣ୍ଟନ ଡି କକ୍‌ଙ୍କୁ ହରାଇଥିଲା। ସ୍କୋର ୧୨୦ ଥିବା ବେଳେ ଡି କକ୍‌ ମହମ୍ମଦ୍‌ ସାମିଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ଯୁବରାଜ ସିଂହ ୨୨ଟି ବଲ୍‌ ଖେଳି ୧୮ ରନ୍‌ କରିଥିଲେ। ଅଶ୍ୱିନଙ୍କ ବଲ ସାମିଙ୍କୁ କ୍ୟାଚ ଦେଇ ପାଭଲିଅନ୍‌ ଫେରିଥିଲେ। ସ୍କୋର ୧୪୬ ରନ୍‌ରେ ମୁମ୍ବାଇ କିରଣ ପୋଲାର୍ଡକୁ ଓ ୧୬୨ ରନ୍‌ରେ କ୍ରୁଣାଳ ପାଣ୍ଡ୍ୟାଙ୍କୁ ହରାଇ ଥିଲା। ସ୍କୋର ୧୭୫ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର