ଜୟପୁର: ବିଶ୍ୱକପ୍‌ ୨୦୧୧ର ଷ୍ଟାର ଖେଳାଳି ଯୁବରାଜ ସିଂହଙ୍କୁ ଶେଷରେ ମୁମ୍ବାଇ ଇଣ୍ଡିଆନସ୍‌ କିଣିଛି। ରାଜସ୍ଥାନର ରାଜଧାନୀ ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ଭାରତୀୟ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୨ତମ ସଂସ୍କରଣ ପାଇଁ ଯବୁରାଜଙ୍କୁ ପ୍ରଥମ ପର୍ଯ୍ୟାୟରେ କୌଣସି ଫ୍ରାଂଚାଇଜ୍‌ କିଣିବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ବର୍ଷ ୨୦୧୯ରେ ଖେଳାଯିବାକୁ ଥିବା ଆଇପିଏଲ୍‌ ପାଇଁ ଜୟଦେବ ଉନାଦକଟ ଏବଂ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି। ଜୟଦେବଙ୍କୁ ରାଜସ୍ଥାନ ରୋୟାଲସ୍‌ କିଣିଥିବା ବେଳେ ବରୁଣକୁ କିଣିଛି କିଙ୍ଗସ୍‌ ଇଲେଭେନ୍‌ ପଂଜାବ। ଉଭୟ ଖେଳାଳିଙ୍କୁ ପ୍ରାୟୋଜକ ଟିମ୍‌ମାନେ ୮.୪୦ କୋଟି ଟଙ୍କା ଲେଖାଁଏ ଦେଇ ନିଲାମୀରୁ କିଣିଛି।

Advertisment

ଏକଦା ଟିମ୍‌ ଇଣ୍ଡିଆର ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବରାଜଙ୍କ ବେସ୍‌ ପ୍ରାଇସ ୧ କୋଟି ଟଙ୍କା ଥିବା ବେଳେ, ଏତିକି ଟଙ୍କାରେ ହିଁ ମୁମ୍ବାଇ ଇଣ୍ଡିଆନ୍‌ କିଣିଛି। ନ୍ୟୁଜିଲାଣ୍ଡର ବିସ୍ଫୋରକ କ୍ରିକେଟର ମାର୍ଟିନ ଗପଟିଲଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ କୋଟିଏ ଟଙ୍କାରେ କିଣିଛି।