ନୂଆଦିଲ୍ଲୀ: ଶିଖର ଧାଓ୍ଵାନଙ୍କ ଅର୍ଦ୍ଧଶତକ (୫୧ ରନ୍, ୪୭ ବଲ, ୭ ଚୌକା) ବଳରେ ଦିଲ୍ଲୀ କ୍ୟାପିଟାଲସ୍ ମଙ୍ଗଳବାର ଚେନ୍ନାଇ ସୁପରକିଙ୍ଗସ୍ ବିରୋଧରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୭ ରନ୍ କରିଛି। ଫଳରେ ଚେନ୍ନାଇକୁ ୧୪୮ ରନ୍ ବିଜୟ ପାଇଁ ଟାର୍ଗେଟ ମିଳିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍) ଦ୍ୱାଦଶ ସଂସ୍କରଣର ୫ମ ମ୍ୟାଚ୍ରେ ଟସ୍ ଜିଣି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଦିଲ୍ଲୀ ଟିମ୍ର ପାର୍ଥିବ ପଟେଲ ୨୪ ରନ, ଶ୍ରେୟସ ଆୟାର ୧୮ ରନ ଓ ଋଷଭ ପନ୍ତ ୨୫ ରନ ସଂଗ୍ରହ କରିଥିଲେ। ଅନ୍ୟ ବ୍ୟାଟସ୍ମ୍ୟାନ ମାନେ ସେତେ ଭଲ ବ୍ୟାଟିଂ କରି ନଥିଲେ। ଚେନ୍ନାଇର ଡାରେନ ବ୍ରାଭୋଙ୍କୁ ୩ଟି ଓ୍ଵିକେଟ ମିଳିଥିଲା। ସେହିପରି ଦିପକ ଚାହର, ରବୀନ୍ଦ୍ର ଜାଦେଜା ଓ ଇମରାନ୍ ତାହିରଙ୍କୁ ୧-୧ ଓ୍ଵିକେଟ୍ ମିଳିଥିଲା।
ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ସ୍କୋର ୩୬ ରନ୍ ଥିବା ବେଳେ ଚେନ୍ନାଇକୁ ପ୍ରଥମ ସଫଳତା ମିଳିଥିଲା। ଓପନର ପାର୍ଥିବ ପଟେଲ ୨୪ ରନ କରି ପାଭଲିଅନକୁ ଫେରିଥିଲେ। ସେହିପରି ଦଳର ସ୍କୋର ୭୯ ରନ୍ରେ ଶ୍ରେୟସ ଆୟାର ଆଉଟ୍ ହୋଇଥିଲେ। ସ୍କୋର ୧୨୦ ରନ୍ ଥିବା ବେଳେ ଚେନ୍ନାଇର ୩ୟ ଶିକାର ଋଷଭ ପନ୍ତ, ୧୨୨ ରନ୍ ଥିବା ବେଳେ ୪ର୍ଥ ଶିକାର କୋଲିନ ଇନ୍ଗ୍ରାମ ହୋଇଥିଲେ। ଦିଲ୍ଲୀର ୫ମ ଓ୍ଵିକେଟ ୧୨୩ ରନ୍ ଓ ୬ଷ୍ଠ ଓ୍ଵିକେଟ ୧୨୭ ରନ୍ରେ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/IPL-DC.jpg)