ଆଇପିଏଲ୍‌ ୧୧: ମୁମ୍ବାଇକୁ ୧୪୮ ରନ୍‌ ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ୭ମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଗୁରୁବାର ମୁମ୍ବାଇ ଇଣ୍ଡିଆନସ୍‌କୁ ବିଜୟ ପାଇଁ ୧୪୮ ରନ୍‌ ଟାର୍ଗେଟ ଦେଇଛି। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୮ ଓ୍ଵିକେଟ ହରାଇ ୧୪୭ ରନ୍‌ କରିଛି।

୧୧ ରନ୍‌ରେ ହାଇଦ୍ରାବାଦ୍‌ର ପ୍ରଥମ ଶିକାର ହୋଇଥିଲେ ମୁମ୍ବାଇ ଇଣ୍ଡିଆନସ୍‌ର ଅଧିନାୟକ ରୋହିତ ଶର୍ମା(୧୧)। ୪୮ ରନ୍‌ରେ ଈଶାନ କିଷାନ ୨ୟ ଓ୍ଵିକେଟ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି ଏଲଭିନ ଲୁଇସ୍‌ ୩ୟ ଓ୍ଵିକେଟରେ ପାଭଲିଅନ୍‌ ଫେରିଥିଲେ। ସେତେବେଳକୁ ଦଳର ସ୍କୋର ୫୪ ରନ୍‌ ଥିଲା। ୭୨ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୧୦ ରନ୍‌ରେ ୫ମ ଓ୍ଵିକେଟ୍‌, ୧୩୩ ରନ୍‌ରେ ୬ଷ୍ଠ ଓ୍ଵିକେଟ, ୧୩୬ ରନ୍‌ରେ ୭ମ ଓ ୮ମ ଓ୍ଵିକେଟ୍‌ ପଡ଼ିଥିଲା।

ହାଇଦ୍ରାବାଦ୍‌ର ସନ୍ଦୀପ ଶର୍ମା, ବିଲି ଷ୍ଟନଲେକ ଓ ସିଦ୍ଧାର୍ଥ କାଉଲ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିବା ବେଳେ ରସିଦ ଖାଁ ଓ ସାକିବୁଲ୍‌ ହାସନ ୧-୧ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର