ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ।
ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଦେବୀଦତ୍ତ ପଡିକ୍କଲଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲା । ତେବେ ଜସ ବଟଲର ଓ ଅଧିନାୟକ ସଂଜୁ ସାମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାତ୍ର ତାରକା ବ୍ୟାଟ୍ସମ୍ୟାନ ଜସ ବଟଲର ମାତ୍ର ୨୨ ରନରେ ଆଉଟ୍ ହେବା ପରେ ଦଳର ରନଗତି ଧୀମେଇ ଯାଇଥିଲା । ସାମସନ ୫୪ ରନ କରିଥିବାବେଳେ ସିମରନ ହେଟମେୟର ୨୭ ରନ କରିଥିଲେ । କରୁନ ନାୟାର ୧୩ ରନ ଓ ରିଆନ ପରାଗ ୧୯ ରନ କରିଥିଲେ ।
କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିବାବେଳେ ଉମେଶ ଯାଦବ, ଅନୁକୂଳ ରାୟ ଓ ଶିବମ ମାଭି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/FRwwjvcakAIllmo.jpg)