ଆଇପିଏଲ୍‌: ଇମ୍‌ରାନ୍‌-ଶାର୍ଦ୍ଦୁଲ ନେଲେ ୬ ଓ୍ଵିକେଟ୍‌, ଚେନ୍ନାଇକୁ ମିଳିଲା ୧୬୨ ରନ୍‌ ଟାର୍ଗେଟ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରବିବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ର ବୋଲର ଇମ୍‌ରାନ୍‌ ତାହିର ଓ ଶାର୍ଦ୍ଦୁଲ ଠାକୁର ୬ ଓ୍ଵିକେଟ ନେଇଛନ୍ତି। କୋଲକାତାନ ନାଇଟ୍‌ ରାଇଡର୍ସର ଓପନର କ୍ରିସ୍‌ ଲି୍‌ (୮୨ ରନ୍‌, ୫୧ ବଲ, ୭ ଚୌକା, ୬ ଛକା), ନୀତିଶ ରାଣା (୨୧ ରନ୍‌, ୧୮ ବଲ), ଅଧିନାୟକ ରବିନ ଉଥାପା (୦ ରନ୍‌) ଓ ଆନ୍ଦ୍ରେ ରସେଲ (୧୦ ରନ୍‌, ୪ ବଲ)ଙ୍କୁ ଇମ୍‌ରାନ୍‌ ଆଉଟ କରିଛନ୍ତି। ସେହିପରି ଦିନେଶ କାର୍ତ୍ତିକ (୧୮ ରନ୍‌, ୧୪ ବଲ) ଓ ଶୁଭମନ ଗିଲ (୧୫ ରନ୍‌)ଙ୍କୁ ଶାର୍ଦ୍ଦୁଲ ଠାକୁର ପାଭଲିଅନ ପଠାଇଛନ୍ତି। କୁଲଦୀପ ଯାଦବଙ୍କୁ ଶାର୍ଦ୍ଦୁଲ ଠାକୁର ଓ ମହେନ୍ଦ୍ର ସିଂହ ଧୋନି ରନ୍‌ ଆଉଟ କରିଛନ୍ତି।

Cricbuzz

କୋଲକାତାର ଇଡେନ ଗାର୍ଡେନରେ ଚେନ୍ନାଇ ସୁପର କିଙ୍ଗସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୬୧ ରନ୍‌ କରିଥିଲା। ଫଳରେ ଚେନ୍ନାଇକୁ ୧୬୨ ରନ୍‌ ଟାର୍ଗେଟ ମିଳିଥିଲଶ। ପ୍ରଥମ ଓ ଦ୍ୱିତୀୟ ଓ୍ଵିକେଟରେ କୋଲକାତା ଭଲ ଖେଳିଥିବା ବେଳେ ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ ହରାଇଥିଲା।

କୋଲକାତା ସ୍କୋର ୩୮ ରନ୍‌ରେ ସୁନିଲ ନାରାୟଣ, ୭୯ ରନ୍‌ରେ ନୀତିଶ ରାଣା, ୮୦ ରନ୍‌ରେ ରବିନ ଉଥାପା, ୧୨୨ ରନରେ କ୍ରିସ ଲିନ ଓ ଦିନେଶ କାର୍ତ୍ତିକ, ୧୩୨ ରନରେ ଆନ୍ଦ୍ରେ ରସେଲ, ୧୫୦ ରନ୍‌ରେ ଦିନେଶ କାର୍ତ୍ତିକ ଆଉଟ୍‌ ହୋଇଥିଲେ। ସେହିପରି ସ୍କୋର ଚେନ୍ନାଇ ସ୍କୋର ୧୬୧ ରନ୍‌ରେ ଶୁଭମନ ଗିଲ ଓ କୁଲଦୀପ ଯାଦବଙ୍କୁ ଆଉଟ କରିଥିଲା।

 

ସମ୍ବନ୍ଧିତ ଖବର