ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର-୨୦୨୪ର ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଅଭିଷେକ ଶର୍ମା ସର୍ବାଧିକ ୨୯ ରନ କରିଥିବାବେଳେ ଅବଦୁଲ ସମଦ ମଧ୍ୟ ୨୯ ରନ କରିଥିଲେ । ହେନରିକ କ୍ଲାସେନ ୨୪ ରନ କରିଥିବାବେଳେ ଶାହବାଜ ଅହମଦ ୨୨ ରନ କରିଥିଲେ । ସେହିପରି ଟ୍ରାଭିସ ହେଡ୍ ୧୯ ରନ କରିଥିବାବେଳେ ଆଇଡେନ ମାର୍କରାମ ୧୭ ରନ କରିଥିଲେ । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୨ ରନ କରିଥିଲା ।

Advertisment

ଗୁଜରାଟ ପକ୍ଷରୁ ମୋହିତ ଶର୍ମା ସର୍ବାଧିକ ୩ଟି ଓ୍ବିକେଟ ନେଇଥିବାବେଳେ ଅଜମାତୁଲ୍ଲା, ଉମେଶ ଯାଦବ, ରସିଦ ଖାଁ, ନୁର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।