ଆଇପିଏଲ : ହାଇଦ୍ରାବାଦ ଆଗରେ ୧୬୫ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୪୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୬୫ରନର ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।

ଆଜି ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଓପନ ଏଭିନ ଲୁଇସ ୬ ରନ କରି ଆଉଟ ହୋଇଥିଲେ । ତେବେ ଯଶସ୍ବୀ ଜୟସ୍ବାଲ ଓ ସଂଜୁ ସାମସନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଜୟସ୍ବାଲ ୩୬ କରିଥିବାବେଳେ ସାମସନ ୮୨ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମହୀପାଲ ଲାମରୋର ମହତ୍ତ୍ବପୂର୍ଣ୍ଣ ୨୯ ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ କରିପାରିଥିଲା ।

ଚଳିତ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ହାଇଦ୍ରାବାଦ ପ୍ଲେ-ଅପରୁ ବାହାର ହୋଇଯାଇଛି । ତେବେ ରାଜସ୍ଥାନ ଦଳ ହାଇଦ୍ରାବାଦ ତୁଳନାରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ୮ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର