ଆଇପିଏଲ୍‌: ମାଲିଙ୍ଗାଙ୍କୁ ୪ ଓ୍ଵିକେଟ, ଡିଭିଲିୟର୍ସ-ମୋଇନ୍‌ଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ୧୭୨ ରନ୍‌ ଟାର୍ଗେଟ ଦେଲା ବେଙ୍ଗାଲୁରୁ

ମୁମ୍ବାଇ: ଏବି ଡିଭିଲିୟର୍ସ (୭୫ ରନ, ୫୧ ବଲ, ୬ ଚୌକା, ୪ ଛକା) ଓ ମୋଇନ ଅଲିଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସୋମବାର ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୧ ରନ୍‌ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନସକୁ ୧୭୨ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୩୧ତମ ମୁକାବିଲାରେ ଟସ୍‌ ଜିଣି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। କିରଣ ପୋଲାର୍ଡଙ୍କ ଦ୍ୱାରା ଡିଭିଲିୟସ ରନ୍‌ ଆଉଟ୍‌ ହେବା ପରେ ଆକାଶଦୀପ ନାଥ ୨ ରନ କରି ମାଲିଙ୍ଗାଙ୍କ ଶିକାର ହୋଇଥିଲେ। ପବନ ନେଗିଙ୍କୁ ମାଲିଙ୍ଗା ଆଉଟ କରିଥିଲେ। ବେଙ୍ଗାଲୁରୁ ୧୬୯ ରନ୍‌ରେ ୩ଟି ଓ୍ଵିକେଟ ହରାଇଥିଲା।

ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଅଧିନାୟକ ବିରାଟ କୋହଲି ଶସ୍ତାରେ ଆଉଟ ହୋଇଥିଲେ। କୋହଲି ୯ଟି ବଲ ଖେଳି ୮ ରନ କରିବା ପରେ ବେହେରେନଡ୍ରଫଙ୍କ ବଲ ଓ୍ଵିକେଟକିପର ଡି କକ୍‌ଙ୍କୁ କ୍ୟାଚ ଦେଇ ପାଭଲିିଅନ ଫେରିଥିଲେ। ସେତେବେଳକୁ ସ୍କୋର ୧୨ ରନ୍‌ ଥିଲା। ଦ୍ୱିତୀୟ ଓ୍ଵିକେଟ ଭାବେ ବେଙ୍ଗାଲୁରୁ ପାର୍ଥିବ ପଟେଲ (୨୮ ରନ୍‌)ଙ୍କୁ ହରାଇଥିଲା। ମୁମ୍ବାଇର ୩ୟ ଶିକାର ହୋଇଥିଲେ ମୋଇନ ଅଲି (୫୦ ରନ, ୩୨ ବଲ, ୧ ଚୌକା, ୫ ଛକା)। ଲାସିଥ ମାଲିଙ୍ଗାଙ୍କ ବଲରେ ମୋଇନ ଅଲି ଆଉଟ ହୋଇଥିଲେ। ସେହିପରି ମାର୍କସ ଷ୍ଟୋଇନିସ ୨ଟି ବଲ ଖେଳି ମାଲିଙ୍ଗାଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ।

ସମ୍ବନ୍ଧିତ ଖବର