ଆଇପିଏଲ : ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଦୁବାଇ : ଚଳିତ ଆଇପିଏଲର ୪୯ତମ ମ୍ୟାଚରେ କୋଲକାତା ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଛି । ନୀତିଶ ରାଣାଙ୍କ ବିସ୍ଫୋରକ ୮୭ ରନ ବଳରେ କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିଥିଲା ।

ଚେନ୍ନାଇ ଟସ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଦଳର ଦୁଇ ଓପନର ଶୁଭମନ ଗିଲ ଓ ନୀତିଶ ରାଣା ଆରମ୍ଭରୁ ଦଳ ପାଇଁ ଏକ ମଝବୁତ ମୂଳଦୂଆ ପ୍ରଦାନ କରିଥିଲେ । ଶୁଭମନ ୨୬ରନରେ ଆଉଟ ହେବା ପରେ ବି ନୀତିଶ ରାଣା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ଗୋଟିଏ ପଟେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିୟମିତ ବ୍ୟବଧାନରେ ଆଉଟ ହେଉଥିବାବେଳେ ନୀତିଶ ନିଜର ବ୍ୟାଟିଂ ଜାରି ରଖିଥିଲେ । ସେ ୬୧ଟି ବଲ ଖେଳି ୪ ଛକା ଓ ୧୦ ଚୌକା ବଳରେ ୮୭ ରନ କରିଥିଲେ ।

ଏଥରର ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବାଧିନ ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୪ ବିଜୟ ୮ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ଅନ୍ୟପକ୍ଷରେ କୋଲକାତା ଦଳ ୧୨ଟି ମ୍ୟାଚ ଖେଳି ୬ ବିଜୟ ୬ ପରାଜୟ ସହ ୧୨ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର