ଆଇପିଏଲ୍‌: କାର୍ତ୍ତିକଙ୍କ ୯୭ ରନ୍‌, ରାଜସ୍ଥାନ ରୟାଲସ୍‌କୁ ୧୭୬ ରନ୍‌ ଟାର୍ଗେଟ ଦେଲା କୋଲକାତା

କୋଲକାତା: ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ (ଅପରାଜିତ ୯୭ ରନ, ୫୦ ବଲ, ୭ ଚୌକା, ୯ଛକା) ବଳରେ କୋଲକାତା ନାଇଟ ରାଇଡର୍ସ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୨ ସଂସ୍କରଣର ୪୩ ତମ ମୁକାବିଲାରେ ୧୭୫ ରନ କରିଛି। କୋଲକାତା ନାଇଟ ରାଇଡର୍ସ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା। ଇଡେନ ଗାର୍ଡେନରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୭୫ ରନ୍‌ କରିବା ପରେ ରାଜସ୍ଥାନ ରୟାଲସକୁ ୧୭୬ ରନ୍‌ ଟାର୍ଗେଟ ମିଳିଛି।

Cricbuzz

କୋଲକାତାର ଓପନର କ୍ରିସ୍‌ ଲିନ୍‌ ୩ଟି ବଲ ଖେଳି କୌଣସି ରନ୍‌ କରି ନପାରି ବରୁଣ ଆରୋନଙ୍କ ବଲରେ ପାଭଲିଅନ୍‌ ଫେରିଯିବା ପରେ ଶୁଭମନ ଗିଲ ୧୪ଟି ବଲ ଖେଳି ୧୪ ରନ କରି ବରୁଣ ଆରୋନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ସ୍କୋର ୩୧ ରନରେ ଶୁଭମନ ଗିଲ ଆଉଟ ହୋଇଥିବା ବେଳେ ୪୨ ରନରେ ନୀତିଶ ରାଣା (୨୧ ରନ) କରିଥିଲେ। ସ୍କୋର ୮୦ ରନ୍‌ରେ ୪ର୍ଥ, ୧୧୯ ରନ୍‌ରେ ୫ମ, ୧୩୧ ରନରେ ୬ଷ୍ଠ ଓ୍ଵିକେଟ ହରାଇଥିଲା।

Cricbuzz

ଶ୍ରେୟସ ଗୋପାଳଙ୍କ ବଲ ଆରୋନଙ୍କୁ କ୍ୟାଚ ଦେଇଥିଲେ ନୀତିଶ। ସୁନୀଲ ନାରାୟଣ ୧୧ ରନ କରି ଆଜିଙ୍କ୍ୟ ରାହାଣେ ଓ ରିୟାନ ପରାଗଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ଆନ୍ଦ୍ରେ ରସଲ (୧୪ ରନ) ମଧ୍ୟ ବେଶି ସମୟ କ୍ରିଜରେ ରହିପାରି ନଥିଲେ। ଓସାଏନ ଥୋମାସଙ୍କ ବଲରେ ସେ ଆଉଟ ହୋଇ ପାଭଳିଅନ ଫେରି ଯାଇଥିଲେ। କାର୍ଲୋସ ବ୍ରାଥେଓ୍ଵଟ ୩ଟି ବଲ ଖେଳି ୫ ରନ କରି ଜୟଦେବ ଉନାଦକଟଙ୍କ ବଲରେ ଆଉଟ ହୋଇଥିଲେ।

ସମ୍ବନ୍ଧିତ ଖବର