ଆଇପିଏଲ୍‌: ଡି କକ୍‌ଙ୍କର ୮୧ ରନ୍‌, ରାଜସ୍ଥାନକୁ ୧୮୮ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୧୯ର ୨୭ତମ ମ୍ୟଚରେ ଶନିବାର ମୁମ୍ବାଇ ଇଣ୍ଡିଆନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୮୭ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲସକୁ ୧୮୮ ରନ୍‌ ଟାର୍ଗେଟ ମିଳିଛି। ଓପନର କ୍ୱିଣ୍ଟନ ଡି କକ ୫୨ଟି ବଲ ଖେଳି ୮୧ ରନ କରିଥିଲେ। ଏଥିରେ ୬ଟି ଚୌକା ଓ ୪ଟି ଛକା ସାମିଲ ଥିଲା।

ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଘରୋଇ ଟିମ୍‌ ଆରମ୍ଭରୁ ହିଁ ଭଲ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତ ଶର୍ମା ଆଉଟ ହେବା ପୂର୍ବରୁ ଦଳୀୟ ସ୍କୋର ୯୬ ରନ୍‌ରେ ପହଂଚି ଥିଲା। ମୁମ୍ବାଇ ୧୧୭ ରନ୍‌ରେ ଦ୍ୱିତୀୟ ଓ୍ଵିକେଟ ଭାବରେ ସୂର୍ଯ୍ୟ କୁମାର ଯାଦବ ଆଉଟ ହୋଇଥିବା ବେଳେ ରୟାଲସର ୩ୟ ଶିକାର ହୋଇଥିଲେ କିରଣ ପୋଲାର୍ଡ। ସେହିପରି ସ୍କୋର ୧୬୩ ରନରେ ଡିକକ୍‌ ଓ ୧୭୫ ରନ୍‌ରେ ଈଶାନ କିଷାନ ଆଉଟ ହୋଇଥିଲେ।

ରୋହିତ ଶର୍ମା ୪୭ ରନ କରି ଜୋଫ୍ରା ଆର୍ଚ୍ଚରଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିଭଳି ଜୋଫ୍ରାଙ୍କ ଦ୍ୱିତୀୟ ଓ ତୃତୀୟ ଶିକାର ହୋଇଥିଲେ କିରଣ ପୋଲାର୍ଡ ଓ ଡି କକ୍‌। ସୂର୍ଯ୍ୟ କୁମାର ଯାଦବ ୧୬ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୨୮ ରନ ବଳରେ ମୁମ୍ବାଇ ଏକ ମଜବୁତ ସ୍କୋରରେ କରିପାରିଛି।

ସମ୍ବନ୍ଧିତ ଖବର