ଆଇପିଏଲ୍‌: ଶିଖର-ଶ୍ରେୟସଙ୍କ ଅର୍ଦ୍ଧଶତକ, ବେଙ୍ଗାଲୁରୁକୁ ୧୮୮ ରନ୍‌ ଟାର୍ଗେଟ ଦେଲା ଦିଲ୍ଲୀ

ନୂଆଦିଲ୍ଲୀ: ଓପନର ଶିଖର ଧାଓ୍ଵନ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ଅର୍ଦ୍ଧଶତକ ବଳରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲସ୍‌ ୫ଟି ଓ୍ଵିକେଟ ହରାଇ ୧୮୭ ରନ୍‌ କରିଛି। ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପ୍ରଥମ ଓ୍ଵିକେଟ ଭାବେ ପାର୍ଥିବ ପାଟିଲଙ୍କୁ ହରାଇଥିବା ବେଳେ ୧୦୩ ରନରେ ଧାଓ୍ଵନଙ୍କୁ ହରାଇଥିଲା। ଧାଓ୍ଵନ ୩୭ଟି ବଲ ଖେଳି ୫୦ ରନ କରିଥିଲେ। ଏଥିରେ ୫ଟି ଚୌକା ଓ ୨ଟି ଛକା ସାମିଲ ଅଛି। ୟୁଜବେନ୍ଦ୍ର ଚହଲଙ୍କ ବଲ ଓ୍ଵାସିଂଟନ ସୁନ୍ଦରଙ୍କୁ କ୍ୟାଚ ଦେଇ ଧାଓ୍ଵନ ପାଭଲିଅନ ଫେରିଥିଲେ।

Cricbuzz

ଶ୍ରେୟସ ଗୋପାଳ ମଧ୍ୟ ଅନୁରୂପ ଭାବେ ୩୭ଟି ବଲ ଖେଳି ୫୨ ରନ କରିଥିଲେ। ସେ ୨ଟି ଚୌକା ଓ ୩ଟି ଛକା ମାରିଥିଲେ। ଓ୍ଵାସିଂଟନ ସୁନ୍ଦରଙ୍କ ବଲ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ଆୟାର ଆଉଟ ହୋଇଥିଲେ। ଦିଲ୍ଲୀର ଓପନର ପୃଥ୍ଵୀ ସ ୧୦ଟି ବଲ ଖେଳି ୧୮ ରନ କରିଥିଲେ। ସେ ଉମେଶ ଯାଦବଙ୍କ ବଲ ପାର୍ଥିବ ପଟେଲଙ୍କୁ କ୍ୟାଚ ଦେଇଥିଲେ।

ଦିଲ୍ଲୀ ୩ୟ ଓ୍ଵିକେଟ ଭାବେ ଋଷଭ ପନ୍ତ, ୪ର୍ଥ ଓ୍ଵିକେଟରେ ଶ୍ରେୟସ ଆୟାରଙ୍କୁ ହରାଇଥିଲା। ପନ୍ତ ୭ଟି ବଲ ଖେଳି ୭ ରନ କରିଥିଲେ। ସ୍କୋର ୧୨୭ ରନରେ ୩ୟ ଓ ୧୨୯ ରନରେ ୪ର୍ଥ ଓ୍ଵିକେଟ ପଡ଼ିଥିଲା। କୋଲିନ ଇନଗ୍ରାମ ୧୧ ରନ କରି ନବଦୀପ ସାଇନିଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେରଫାନ ରଦରଫୋର୍ଡ (୨୮ ରନ) ଓ ଅକ୍ଷର ପଟେଲ (୧୬ ରନ) ଅପରାଜିତ ପାଭଲିଅନ ଫେରିଥିଲେ।

ସମ୍ବନ୍ଧିତ ଖବର