ନୂଆଦିଲ୍ଲୀ : ଏବର୍ଷର ଆଇପିଏଲ  ଦେଶ ବାହାରେ ହେବାର ସମ୍ଭାବନା ରହିଛି । ଏବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଅଧିକାଂଶ ପୁଲିସ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାରୁ ସରକାର ଆଇପିଏଲକୁ ସୁରକ୍ଷା ଦେବାକୁ ଅକ୍ଷମତା ପ୍ରକଟ କରିଛନ୍ତି । ଏହି କାରଣରୁ ଆଇପିଏଲ ୨୦୧୯କୁ ବିଦେଶରେ କରିବାକୁ ବିସିସିଆଇ ଯୋଜନା କରୁଛି । ନିକଟରେ ଏ ସଂପର୍କରେ ବିସିସିଆଇ ଅଧିକାରୀମାନେ କେନ୍ଦ୍ର କ୍ରୀଡାମନ୍ତ୍ରାଳୟ, ଗୃହମନ୍ତ୍ରାଳୟର ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଆଲୋଚନାରୁ ହିଁ ଏଥର ଆଇପିଏଲ ବାହାରେ ହେବା ନେଇ ଚର୍ଚ୍ଚା ଚାଲିଛି ।

Advertisment

୨୦୦୮ରୁ ଆରମ୍ଭ ହୋଇ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଆଇପିଏଲ ପୂର୍ବରୁ ଦୁଇଥର ଦେଶ ବାହାରେ ହୋଇଛି । ୨୦୦୯ ଓ ୨୦୧୪ରେ ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲକୁ ବିଦେଶରେ ଆୟୋଜନ କରିବାକୁ ପଡିଥିଲା । ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଓ ୨୦୧୪ରେ ଆଂଶିକଭାବେ ଦୁବାଇରେ ଆୟୋଜନ କରାଯାଇଥିଲା । ତେବେ ଏବର୍ଷ ଆଇପିଏଲ ସଂପୂର୍ଣ୍ଣଭାବେ ଅଥବା ଆଂଶିକଭାବେ ବିଦେଶରେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।