ଆଇପିଏଲ୍‌: ଲୋକେଶଙ୍କ ଶତକ-ଗେଲ୍‌ଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ୧୯୮ ରନ୍‌ ଟାର୍ଗେଟ ଦେଲା ପଂଜାବ

ମୁମ୍ବାଇ: ଲୋକେଶ ରାହୁଲଙ୍କ ଶତକ (ଅପରାଜିତ ୧୦୦ ରନ, ୬୪ ବଲ, ୬ ଚୌକା, ୬ ଛକା) ଓ କ୍ରିସ୍‌ ଗେଲ (୬୩ ରନ, ୩୬ ବଲ, ୩ ଚୌକା ଓ ୭ଛକା)ଙ୍କ ଅର୍ଦ୍ଧଶତକ ବଳରେ ବୁଧବାର କିଙ୍ଗସ୍‌ ଏକାଦଶ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୭ ରନ୍‌ କରିଛି। ଫଳରେ ମୁମ୍ବାଇକୁ ୧୯୮ ରନ୍‌ ଟାର୍ଗେଟ ମିଳିଛି। ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟି କରିଥିଲା।

ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସଂସ୍କରଣର ୨୪ତମ ମ୍ୟାଚ୍‌ରେ ପଂଜାବ ପ୍ରଥମ ଓ୍ଵିକେଟରେ ଶତକୀୟ (୧୧୬ ରନ୍‌) ଭାଗିଦାରୀ ହୋଇପାରିଥିଲା। ପଂଜାବ ପ୍ରଥମ ଓ୍ଵିକେଟ ଭାବରେ ଗେଲଙ୍କୁ ହରାଇଥିଲା। ବେହେରନଡ୍ରଫଙ୍କ ଦ୍ୱାରା ଗେଲ୍‌ ଆଉଟ୍‌ ହୋଇଥିଲେ। ପଂଜାବ ୧୩୧ ରନ୍‌ରେ ଡାଭିଡ ମିଲର, ୧୪୧ ରନ୍‌ରେ କ୍ରୁଣାଲ ପାଣ୍ଡ୍ୟା ଆଉଟ୍‌ ହୋଇଥିଲେ।

ଗତ ମାର୍ଚ୍ଚ ୩୦ରେ ପଂଜାବ ଓ ମୁମ୍ବାଇ ମଧ୍ୟରେ ମୋହାଲିସ୍ଥିତ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଚଳିତ ଆଇପିଏଲ୍‌ର ୯ମ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ପଂଜାବ ୮ ଓ୍ଵିକେଟରେ ଜିତିଥିଲା। ତେଣୁ ପରାଜୟର ପ୍ରତିଶୋଧ ନେବା ଆଶାରେ ମୁମ୍ବାଇ ଆଜି ରଣନୀତି ପ୍ରସ୍ତୁତ କରିଛି।

ମୁମ୍ବାଇ ଇଣ୍ଡିଆନ ଆଜି ଚଳିତ ଆଇପିଏଲ୍‌ରେ ୬ଷ୍ଠ ମ୍ୟାଚ୍‌ ଖେଳୁଛି। ଏହା ପୂର୍ବରୁ ୫ଟି ମ୍ୟାଚ୍‌ ଖେଳିଛି। ଏଥିରୁ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ୩ଟିରେ ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲସ୍‌ ଠାରୁ ୩୭ ରନ୍‌ ଓ ପଂଜାବ ଠାରୁ ୮ ଓ୍ଵିକେଟରେ ପରାସ୍ତ ହୋଇଛି। ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱରେ ପଂଜାବ ୬ ରନରେ ରୟାଲ ଚ୍ୟାଲେଞ୍ଜର୍ସ, ୩୭ ରନ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ୪୦ ରନ୍‌ରେ ସନ୍‌ରାଇଜର୍ସକୁ ପରାସ୍ତ କରିଛି।

ଚଳିତ ଆଇପିଏଲ୍‌ରେ ପଂଜାବ ଟିମ୍‌ ଏଯାଏଁ ୬ଟି ମ୍ୟାଚ୍‌ ଖେଳିଛି। ଏଥିରୁ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୨୮ ରନ୍‌ରେ ଓ ଚେନ୍ନାଇ ବିପକ୍ଷରେ ୨୨ ରନ୍‌ରେ ପରାସ୍ତ ହୋଇଛି। ପଂଜାବ ୧୪ ରନ୍‌ରେ ରାଜସ୍ଥାନ ରୟାଲସ୍‌, ୮ଓ୍ଵିକେଟରେ ମୁମ୍ବାଇ, ଦିଲ୍ଲୀ କ୍ୟାପିଟାଲସ୍‌ ବିପକ୍ଷରେ ୧୪ ରନ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ୬ ଓ୍ଵିକେଟରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର