ଆଇପିଏଲ : ଦିଲ୍ଲୀ ଆଗରେ ୨୦୧ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ, ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦୧ ରନର ବିଜୟ ଲକ୍ଷ୍ୟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ  । ତେବେ ଏହି ଲକ୍ଷ୍ୟର ପିଛା କରି ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦିଲ୍ଲୀ ୦ ରନରେ ୩ଟି ଓ୍ବିକେଟ ହରାଇଛି ।

ଆଜି ଦିଲ୍ଲୀ ଦଳ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନ କରିଥିଲା । କ୍ବିଣ୍ଟନ ଡି’କକ୍ ୪୦ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୫୧ ଓ ଇଶାନ କିଷନ ୫୫ ରନ କରିଥିଲେ । ଶେଷ ବେଳକୁ ଦୁଇଭାଇ ହାର୍ଦିକ ଓ କୁନାଲ ପାଣ୍ଡ୍ୟା ଦ୍ରୁତ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ ।

ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବ ।

ସମ୍ବନ୍ଧିତ ଖବର