ମୁମ୍ବାଇ: ବଲ୍ ଟ୍ୟାମ୍ପରିଂ ଘଟଣାରେ ଧରାପଡ଼ି ନିନ୍ଦିତ ହେବା ପରେ ଷ୍ଟିଭ୍ ସ୍ମିଥ୍ ଆଇପିଏଲ୍-୨୦୧୮ରେ ରାଜସ୍ଥାନ ରୟାଲସ୍ର ଅଧିନାୟକ ପଦରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ଷ୍ଟିଭ୍ ସ୍ମିଥ୍ଙ୍କ ସ୍ଥାନରେ ରାଜସ୍ଥାନ ରୟାଲସ୍ ଦଳ ଭାରତର ଯୁବ କ୍ରିକେଟିୟର ଆଜିଙ୍କ୍ୟ ରାହାଣେଙ୍କୁ ଦଳର ନୂତନ ଅଧିନାୟକ ଦାୟିତ୍ୱ ଅର୍ପଣ କରିଛି ବୋଲି ଘୋଷଣା କରିଛି। ଆସନ୍ତା ଅପ୍ରେଲ ୭ ତାରିଖରୁ ଆଇପିଏଲ୍ ଆରମ୍ଭ ହେବା ପାଇଁ ଯାଉଛି।
/sambad/media/post_attachments/wp-content/uploads/2018/03/ajinkya-rahane-300x169.jpg)
ପୂର୍ବରୁ ୭୨ଟି ଇନିଂସ୍ ଖେଳି ୨୩୩୩ ରନ୍ ସଂଗ୍ରହ କରିଥିବା ୨୯ ବର୍ଷ ବୟସ୍କ ଆଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ରୟାଲସ୍ ୪ କୋଟି ଟଙ୍କା ବିନିମୟରେ ନିଲାମ ଧରିଥିଲା। ଆଜିଙ୍କ୍ୟ ରାହାଣେ ଗତ ୨୦୦୮ରେ ଆପିଏଲ୍ରେ ନିଜ କ୍ୟାରିୟର ଆରମ୍ଭ କରିବା ସହ ମୁମ୍ବାଇ ଇଣ୍ଡିଆନସ୍ ପାଇଁ ଖେଳିଥିଲେ। ପରେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ରାହାଣେ ରାଜସ୍ଥାନ ରୟାଲସ୍ ପାଇଁ ଆଇପିଏଲ୍ରେ ଖେଳିଥିଲେ। ରାଜସ୍ଥାନ ରୟାଲସ୍ ପାଇଁ ରାହାଣେ ପୂର୍ବରୁ ଜଣେ ନିର୍ଭରଯୋଗ୍ୟ ଓପନିଂ ବ୍ୟାଟସ୍ମ୍ୟାନ୍ ଭାବେ ପ୍ରମାଣିତ କରି ସାରିଛନ୍ତି। ଆପିଏଲ୍ର ପଞ୍ଚମ ସଂସ୍କରଣରେ ରାଜସ୍ଥାନ ରୟାଲସ୍ ପକ୍ଷରୁ ଆଜିଙ୍କ୍ୟ ରାହାଣେ ପଞ୍ଜାବର କିଙ୍ଗସ୍ ଇଲେଭେନ୍ ବିପକ୍ଷରେ ଅପରାଜିତ ଶତକ ସହ ବାଙ୍ଗଲୋରର ରୟାଲ ଚ୍ୟାଲେଞ୍ଜର ବିପକ୍ଷରେ ୧୦୩ ରନ୍ ସଂଗ୍ରହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/rahane-afp.jpg)