ଧୋନୀଙ୍କ ଫ୍ୟାନ୍‌ ହେଲେ ଢିନ୍‌ଚାକ୍‌ ପୂଜା, ସିଂହ ସହ ବସି ଗାଇଲେ ଗୀତ

ନୂଆଦିଲ୍ଲୀ : ସାରା ଦେଶକୁ ଆଇପିଏଲ୍‌ର ନିଶା ଘାରିଛି। ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଆଇପିଏଲ ଦେଖିବା ପାଇଁ ପାଗଳ । ତେବେ ଆଇପିଏଲରେ ସବୁଠାରୁ ଭଲ ପ୍ରଦର୍ଶନ କରୁଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍‌ । ଦୁଇ ବର୍ଷର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଚେନ୍ନାଇ ଏଥର ପୂର୍ବ ଅପେକ୍ଷା ବହୁତ ଭଲ ପ୍ରଦର୍ଶନ କରୁଛି । ଏଥିପାଇଁ ଅଧିନାୟକ ଧୋନୀଙ୍କ ସମର୍ଥକଙ୍କ ମାତ୍ରା ବଢ଼ିବା ସହ ଅନେକ ବଲିଉଡ଼ କଳାକାର ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ଏହି ସମର୍ଥକଙ୍କ ତାଲିକାରେ ବର୍ତ୍ତମାନ ସାମିଲ ହୋଇଛନ୍ତି ନିଜ ସଂଙ୍ଗୀତ ପାଇଁ ପ୍ରସିଦ୍ଧ ହୋଇଥିବା ଢ଼ିନ୍‌ଚାକ ପୂଜା । ସେ ଧୋନୀ ଏବଂ ସିଏସ୍‌କେ ପାଇଁ ଏକ ଗୀତ ପ୍ରସ୍ତୁତ କରିଛନ୍ତି ଏବଂ ଏଥିରେ ସେ ସିଂହ ସହ ବସି ଏହି ଗୀତକୁ ଗାଉଥିବାର ଦେଖାଯାଇଛନ୍ତି। ଢିନ୍‌ଚାକ୍‌ଙ୍କ ସମସ୍ତ ଗୀତ ଭଳି ଏହି ଗୀତଟି ମଧ୍ୟ ବର୍ତ୍ତମାନ ବହୁ ମାତ୍ରାରେ ଭାଇରାଲ ହୋଇଛି।

Wikifeed

ଢିନ୍‌ଚାକଙ୍କୁ ଶେଷ ଥର ପାଇଁ ବିଗବସରେ ଦେଖିବାକୁ ମିଳିଥିଲା । ଯାହାପରେ ତାଙ୍କର ଲୋକପ୍ରିୟତାରେ ବୃଦ୍ଧି ପାଇବା ସହ ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥିଲେ । ଦର୍ଶକ ତାଙ୍କ ଗୀତର ମଜା ଉଡ଼ାଉଥିଲେ ମଧ୍ୟ ବହୁ ମାତ୍ରାରେ ତାଙ୍କ ଗୀତକୁ ଦେଖିଥିଲେ ଏବଂ ଶେୟାର କରୁଥିଲେ । ଆଇପିଏଲ ଟିମ୍‌ ଚେନ୍ନାଇ ସୁପରକିଙ୍ଗ ପାଇଁ ପ୍ରସ୍ତୁତ ହୋଇଥିବା ଢିନ୍‌ଚାକଙ୍କ ଏହି ଗୀତରେ ସେ ଧୋନୀଙ୍କ ଅଧିନାୟକତ୍ୱର ପ୍ରସଂଶା କରୁଥିବା ସହ ଅନ୍ୟ ଖେଳାଳିଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ଏଥିରେ ସେ ଏକ ସିଂହ ସହ ବସି ଗୀତ ଗାଉଥିବାର ନଜର ଆସୁଛନ୍ତି । ଗତକାଲି ଏହି ଗୀତ ବାହାରି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩,୦୦୦ ଲୋକ ଏହାକୁ ଦେଖିସାରିଲେଣି ।

ସମ୍ବନ୍ଧିତ ଖବର