୩୬୦ ଭାରତୀୟ, ୨୧୮ ବିଦେଶୀ
୨୨୪ ଅନ୍ତର୍ଜାତୀୟ: ୩୩୨ ଯୁବ
ମୁମ୍ବାଇ : ଚଳିତ ମାସ ୨୭ ଓ ୨୮ ଦୁଇ ଦିନ ଧରି ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ ନିଲାମ-୨୦୧୮ ଲାଗି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏହି ପ୍ରତୀକ୍ଷିତ ନିଲାମ ପାଇଁ ମୋଟ ୧୧୨୨ ଖେଳାଳି ନାମ ପଞ୍ଜିକୃତ କରିଥିଲା ବେଳେ ଚୂଡ଼ାନ୍ତ ତାଲିକାରେ ୫୭୮ ଜଣ ଖେଳାଳି ରହିଛନ୍ତି। ପ୍ରାଥମିକ ତାଲିକାରୁ ଦେଶ- ବିଦେଶର ୫୪୪ ଖେଳାଳିଙ୍କୁ ବାଦ୍ ଦିଆ ଯାଇଛି। ଚୂଡ଼ାନ୍ତ ତାଲିକାରେ ୩୬୦ ଜଣ ଭାରତୀୟ ଖେଳାଳି ଥିଲା ବେଳେ ବଳକା ୨୧୮ ଜଣ ହେଉଛନ୍ତି ବିଦେଶୀ। ଏହି ଭାଗ୍ୟଶାଳୀ ଖେଳାଳିଙ୍କ ଭିତରୁ ୨୪୪ ଜଣ ହେଉଛନ୍ତି ଅନ୍ତର୍ଜାତୀୟ, ୨୪୪ ଅଣଅନ୍ତର୍ଜାତୀୟ ଏବଂ ସହଯୋଗୀ ସଦସ୍ୟଦେଶରୁ ୨ ଜଣ ଖେଳାଳି। ଏମାନଙ୍କ ମଧ୍ୟରୁ ବିଭିନ୍ନ ଦଳ ସର୍ବାଧିକ ୧୮୨ ଜଣ ଖେଳାଳିଙ୍କୁ କିଣି ପାରିବେ।
କାହା ପାଖରେ କେତେ: ନିଲାମରେ ଭାଗ ନେଉଥିବା ୮ ଦଳ ମଧ୍ୟରୁ କିଙ୍ଗ୍ସ ଏକାଦଶ ପଂଜାବ ଓ ରାଜସ୍ଥାନ ରୟାଲ୍ସ ପାଖରେ ୬୭.୫ କୋଟି, କୋଲକାତା ନାଇଟ୍ ରାଇର୍ଡସ ପକେଟରେ ୫୯ କୋଟି, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୪୯ କୋଟି ରହିଛି। ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ ଡେୟାର ଡେଭିଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପାଖରେ ୪୭ କୋଟି ଟଙ୍କା ଅଛି। ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ଦୁଇ ବର୍ଷର ବାସନ୍ଦାଦେଶ ଭୋଗି ଚଳିତ ବର୍ଷ ପୁଣି ଥରେ ଆଇପିଏଲକୁ ଫେରିଥିବାରୁ ଏହି ଦୁଇ ଦଳ ନିଲାମରେ ଆକର୍ଷଣରେ ରହିବେ।
ଦାମୀ ଖେଳାଳି (ଭାରତୀୟ, ୨ କୋଟି ମୂଳଦର): ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଶିଖର ଧାଓ୍ଵନ, ଗୌତମ ଗମ୍ଭୀର, କେଦାର ଯାଦବ, ଦୀନେଶ କାର୍ତିକ, ମୁରଲୀ ବିଜୟ, ଅଜିଙ୍କ୍ୟ ରାହାଣେ, ଲୋକେଶ ରହୁଲ, କର୍ଣ୍ଣ ଶର୍ମା, ଯୁବରାଜ ସିଂହ, ହରଭଜନ ସିଂହ, ରବିନ ଉଥାପ୍ପା। ଦାମୀ ଖେଳାଳି (ବିଦେଶୀ, ୨ କୋଟି ମୂଳଦର): ରସିଦ ଖାନ୍, ପ୍ୟାଟ୍ କମିନ୍ସ, ଜେମ୍ସ ଫକନର, ଜୋସ୍ ହାଜେଲଉଡ୍, ମିଚେଲ ଜନସନ, କ୍ରିସ୍ ଲିୟନ, ଗ୍ଲେନ୍ ମ୍ୟାକ୍ସେଓ୍ଵଲ୍, ମାର୍କସ ଷ୍ଟୋଇନିସ, ମିଚେଲ ଷ୍ଟାର୍କ, କ୍ୟାମେରୁନ୍ ହ୍ଵାଇଟ୍, ଇଅନ ମୋର୍ଗାନ, ଲିୟମ ପ୍ଲଙ୍କେଟ, ବେନ୍ ଷ୍ଟୋକ୍ସ, ଡେଭିଡ୍ ଓ୍ଵିଲି, କ୍ରିସ୍ ଓକ୍ସ, କୋରି ଆଣ୍ଡରସନ୍, ବ୍ରେଣ୍ଡନ ମ୍ୟାକଲମ୍, କ୍ୱିଣ୍ଟନ ଡି’ କକ୍, କଲିନ ଇଂଙ୍ଗ୍ରାମ, ଆଞ୍ଜେଲୋ ମାଥ୍ୟୁସ, ଡେ୍ଵନ୍ ବ୍ରାଭୋ, କ୍ରିସ୍ ଗେଲ୍, କିରଣ ପୋଲାର୍ଡ।
ଏମାନେ ମାରି ପାରନ୍ତି ବାଜି:ରସିଦ ଖାନ୍, ବେନ୍ ଷ୍ଟୋକ୍ସ, ଏଭିନ ଲୁଇସ୍, ଜାସନ ରଏ, ୟୁଜବେନ୍ଦ୍ର ଚହଲ, ଲୋକେଶ ରାହୁଲ, ଜୟଦେବ ଉନାଦକଟ, କୁଲଦୀପ ଯାଦବ, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡେ, ମୟଙ୍କ ଅଗ୍ରଓ୍ଵାଲ, ଈଶାନ କିଷନ, ନୀତିଶ ରାଣା, କମଲେଶ ନାଗରକୋଟୀ।
ମୁମ୍ବାଇରେ ଉଦ୍ଘାଟନ ଓ ଉଦ୍ଯାପନ, ବଦଳିବ ସମୟ
ମୁମ୍ବାଇ: ବିଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ ଚଳିତବର୍ଷ ଏପ୍ରିଲ ୭ରୁ ଆରମ୍ଭ ହୋଇ ମେ ୨୭ରେ ଶେଷ ହେବ। ସୋମବାର ଆଇପିଏଲ୍ ପରିଚାଳନା ପରିଷଦ ଏହି ଘୋଷଣା କରିଛି। ସେହିଭଳି ଏବର୍ଷ ମ୍ୟାଚ୍ ସମୟ ବଦଳାଇବାକୁ ମଧ୍ୟ ପରିଷଦ ନିଷ୍ପତ୍ତି ନେଇଛି। ପୂର୍ବରୁ ଆଇପିଏଲର ଅପରାହ୍ନ ମ୍ୟାଚ୍ ୪ଟା ଏବଂ ରାତି ମ୍ୟାଚ୍ ୮ଟାରୁ ଆରମ୍ଭ ହେଉଥିଲା। ଚଳିତ ବର୍ଷ ୪ଟା ମ୍ୟାଚ୍ ୫ଟା ୩୦ରୁ ଏବଂ ୮ ମ୍ୟାଚ୍ ୭ଟାରୁ ଆରମ୍ଭ ହେବ। ଅର୍ଥାତ୍ ଦିନ ମ୍ୟାଚ୍ ଦେଢ଼ ଘଣ୍ଟା ଆଗକୁ ଏବଂ ରାତି ମ୍ୟାଚ୍ ଘଣ୍ଟାଏ ପଛକୁ ଆସିବ। କିଙ୍ଗ୍ସ ଏକାଦଶ ପଞ୍ଜାବ ମୋହାଲିରେ ଚାରିଟି ଏବଂ ଇନ୍ଦୋରରେ ତିିନିଟି ଘରୋଇ ମ୍ୟାଚ୍ ଖେଳିବ। ଅନ୍ୟ ପକ୍ଷରେ ରାଜସ୍ଥାନ ରୟାଲ୍ସର ଘରୋଇ ମ୍ୟାଚ୍ କେଉଁଠି ଖେଳାଯିବ ତାହା ଆସନ୍ତା ୨୪ ତାରିଖରେ ପ୍ରକାଶ ପାଇବାକୁ ଥିବା ରାଜସ୍ଥାନ ଉଚ୍ଚନ୍ୟାଳୟଙ୍କ ରାୟ ପରେ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/IPL-ff.jpg)