ଆଇପିଏଲ୍‌ ୧୨: ଧମାଲ କଲେ ବେୟାରଷ୍ଟୋ-ଓ୍ଵାର୍ଣ୍ଣର, ବେଙ୍ଗାଲୁରୁକୁ ୨୩୨ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ୍‌: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଦର୍ଶକଙ୍କୁ ଚୌକା ଓ ଛକା ବର୍ଷା ଦେଖିବାର ସୁଯୋଗ ମିଳିଛି। ଏହି କାମ କରିଛନ୍ତି, ସନରାଇଜର୍ସ ହାଇଦ୍ରାବାଦ୍‌ର ଓପନର ଜନି ବେୟାରଷ୍ଟେ (୧୧୪ ରନ୍‌, ୫୬ ବଲ୍‌, ୧୨ ଚୌକା ଓ ୭ ଛକା) ଓ ଡାଭିଡ ଓ୍ଵାର୍ଣ୍ଣର (ଅପରାଜିତ ୧୦୦ ରନ୍‌, ୫୫ ବଲ, ୫ ଚୌକା ଓ ୫ ଛକା)। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚ୍‌ରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟି କରିଥିଲା। ବେୟାରଷ୍ଟୋ ଏବଂ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍‌ ହରାଇ ୨୩୧ରନ୍‌ କରିଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ବେଙ୍ଗାଲୁରୁକୁ ୨୩୨ ରନ୍‌ ଟାର୍ଗେଟ ମିଳିଛି।

Cricbuzz

ହାଇଦ୍ରାବାଦ୍‌ ୧୬.୨ ଓଭରରେ ସ୍କୋର ୧୮୪ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟରେ ବେୟାରଷ୍ଟୋଙ୍କୁ ହରାଇଥିଲା। ୟୁଜବେନ୍ଦ୍ର ଚହଲଙ୍କ ବଲ ଉମେଶ ଯାଦବଙ୍କୁ କ୍ୟାଚ୍‌ ଦେଇ ବେୟାରଷ୍ଟୋ ପାଭଲିଅନ୍‌ ଫେରିଥିଲେ। ଏହାପରେ ବିଜୟ ଶଙ୍କର ପଡ଼ିଆକୁ ପ୍ରବେଶ କରି ଛକା ମାରି ଖାତା ଖୋଲିଥିଲେ। ୩ଟି ବଲ ଖେଳି ଶଙ୍କର ୯ ରନ୍‌ କରିବା ପରେ ରନ୍‌ ଆଉଟ୍‌ ହୋଇ ଫେରିଯାଇଥିଲେ। ବେଙ୍ଗାଲୁରୁର ବୋଲର ପୟାସ ବର୍ମାନ ୪ ଓଭର ବୋଲିଂ କରି ସର୍ବାଧିକ ୫୬ ରନ୍‌ ଦେଇଥିବା ବେଳେ ଉମେଶ ଯାଦବ ୪୭ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ୟୁଜବେନ୍ଦ୍ର ଚହଲ ୪୪ ରନ୍‌ ଦେଇଥିବା ବେଳେ ମହମ୍ମଦ ସିରାଜ ୩୮ ରନ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର