ଆଇପିଏଲ୍‌ ୧୨ : ଟସ୍‌ ଜିତି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗ୍‌ସ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱାଦଶ ସଂସ୍କରଣରେ ଶନିବାର ଟସ୍‌ ଜିଣି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ଚେନ୍ନାଇ ସୁପରକିଙ୍ଗ୍‌ସ । ପୂର୍ବ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ରନ୍‌ରେ ମାତ୍‌ ଦେବା ପରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଶନିବାର ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷରେ ଖେଳିବାକୁ ଯାଉଛି । କିନ୍ତୁ ଏହି ମ୍ୟାଚ୍‌ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ସାମ୍ନାରେ ଚେନ୍ନାଇ ସୁପରକିଙ୍ଗ୍‌ସ ଥିବାରୁ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

indianexpress.com

ଦୁଇ ଟିମ୍‌ ମଧ୍ୟରେ ହେବାକୁ ଥିବା ଘମାସାନ ଲଢ଼େଇକୁ ଆପଣମାନେ ଷ୍ଟାର ସ୍ପୋର୍ଟସ୍‌ ୧ ଏବଂ ଷ୍ଟାର ସ୍ପୋର୍ଟସ୍‌ ୧ ଏଚ୍‌ଡି ଦେଖି ପାରିବା ସହ ହଟ୍‌ଷ୍ଟାରରେ ମଧ୍ୟ ଏହାର ମଜା ଉଠାଇ ପାରିବେ ।

ସମ୍ବନ୍ଧିତ ଖବର