ଆଇପିଏଲ୍‌ ୨୦୧୯: ପ୍ରାରମ୍ଭିକ ପର୍ଯ୍ୟାୟର ମ୍ୟାଚ୍‌ ଗୁଡ଼ିକରେ ଖେଳିବେନି ଦକ୍ଷିଣ ଆଫ୍ରିକୀୟ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) ୧୨ତମ ସଂସ୍କରଣ ୪ ଦିନ ପରେ ଆରମ୍ଭ ହେବ। ମାତ୍ର କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ଏହି ଲିଗ୍‌ ପାଇଁ ଖେଳାଳି ମାନଙ୍କୁ ରିଲିଜ କରିବା ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ। ଦକ୍ଷିଣ ଆଫ୍ରିକାକୁ ଏବେ ଶ୍ରୀଲଙ୍କା ସହିତ ଟି-୨୦ ଶୃଙ୍ଖଳା ଖେଳିବାର ଅଛି, ଯାହାକି ବିଶ୍ୱକପ ପୂର୍ବରୁ ତା’ର ଶେଷ ଶୃଙ୍ଖଳା। ଏହି ଶୃଙ୍ଖଳା ମାର୍ଚ୍ଚ ୨୪ରେ ଶେଷ ହେବ।

ଦକ୍ଷିଣ ଆଫ୍ରିକା ବୋର୍ଡ (ସିଏସ୍‌ଏ) ଅନୁସାରେ ତା’ର ଖେଳାଳିଙ୍କୁ ଶ୍ରୀଲଙ୍କା ବିରୋଧରେ ଶୃଙ୍ଖଳା ଶେଷ ହେବା ପରେ ଭାରତ ଗସ୍ତ ପାଇଁ ଅନୁମତି ଦେବ। ମାତ୍ର କିଛି ଖେଳାଳି ଲିଗ ଆରମ୍ଭରୁ ଉପସ୍ଥିତ ରହିବାକୁ ଚାହାନ୍ତି। ଆଇପିଏଲ ମାର୍ଚ୍ଚ ୨୩ରୁ ଆରମ୍ଭ ହେଉଛି।

 

ସିଏସ୍‌ଏର ଜଣେ ଅଧିକାରୀ କହିଛନ୍ତି, ଖେଳାଳିଙ୍କୁ ରିଲିଜ କରିବା ତାରିଖ ନିର୍ଦ୍ଧାରଣ କରିବା ଲାଗି ସିଇଓ ଥାମ୍ବର ମୋରୋ, ଅଧ୍ୟକ୍ଷ କ୍ରିସ ନାନଜାନୀ ଏବଂ କୋଚ ଓଟିସ ଗିବ୍ସ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ବୈଠକ କରୁଛନ୍ତି। ସେ କହିଛନ୍ତି, ବୈଠକ ପରେ ନିଷ୍ପତ୍ତି ହେବ ଯେ ଦକ୍ଷିଣ ଆଫ୍ରିକା ଖେଳାଳି କେବେ ଆଇପିଏଲ ପାଇଁ ରିଲିଜ ହେବେ।

ସମ୍ବନ୍ଧିତ ଖବର