ଆଇପିଏଲ ୨୦୨୦ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଦୁବାଇ : ଦୁବାଇର ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୩ୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଆଜିର ମ୍ୟାଚରେ ବାଙ୍ଗାଲୋର ଦଳରେ ଅଭିଜ୍ଞ ଓ୍ଵିକେଟ କିପର ପାର୍ଥିବ ପଟେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନାହିଁ । ତାଙ୍କ ସ୍ଥାନରେ ଜୋସ ଫିଲିପଙ୍କୁ ଓ୍ଵିକେଟ କିପର ଦାୟିତ୍ୱ ଦିଆଯାଇଛି । ଆଜିର ମ୍ୟାଚଟି ଗତକାଲି ଖେଳାଯାଇଥିବା ପିଚରେ ଖେଳାଯିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର