ମୁମ୍ବାଇ: ମୁମ୍ବାଇରେ କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିଲେ ମଧ୍ୟ ପୂର୍ବ ଯୋଜନା ଅନୁସାରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୧’ ମ୍ୟାଚ୍ ଆୟୋଜନ ହେବ ବୋଲି ଆଜି ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ନଓ୍ଵାବ ମଲିକ୍ କହିଛନ୍ତି। ‘ଆଇପିଏଲ୍ ୨୦୨୧’ର ପ୍ରଥମ ଚରଣରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମ୍ରେ ୧୦ଟି ମ୍ୟାଚ୍ ଖେଳାଯିବ।
ଦର୍ଶକମାନଙ୍କୁ ଷ୍ଟାଡିୟମ୍ ଭିତରକୁ ଛଡ଼ା ଯିବନାହିଁ। କେବଳ ମ୍ୟାଚ୍ ‘ରିଲେ’ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଖେଳାଳିଙ୍କ ସମେତ ଟୁର୍ଣ୍ଣାମେଣ୍ଟ୍ରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିବିଶେଷ ସେହି ଏକା ସ୍ଥାନରେ ହିଁ ଏକାନ୍ତବାସ କରିବେ।
Image Courtesy of Free Press Journalଏପ୍ରିଲ୍ ୧୦ ତାରିଖରୁ ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ସାତଟା ବେଳେ ଓ୍ଵାଙ୍ଖେଡ଼େ ଷ୍ଟାଡିୟମ୍ରେ ‘ଆଇପିଏଲ୍ ୨୦୨୧’ର ୧୦ଟିଯାକ ମ୍ୟାଚ୍ ଖେଳାଯିବ।
ସ୍ମରଣଯୋଗ୍ୟ, ଗତବର୍ଷ ମାର୍ଚ ମାସରେ କରୋନାଭାଇରସ୍ଜନିତ ଲକ୍ଡାଉନ୍ କାରଣରୁ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ରେ ‘ଆଇପିଏଲ୍’ ଖେଳାଯାଇଥିଲା। ବିନା ଦର୍ଶକରେ ତିନୋଟି ସହର- ସାରଜା, ଦୁବାଇ ଓ ଆବୁଧାବିରେ ଏହି ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/stadium.jpg)