ଇଣ୍ଡିଆନ୍ ପ୍ରିମିୟର ଲିଗକୁ ନେଇ ଆସିଲା ବଡ ଅପଡେଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗକୁ ନେଇ ଆସିଲା ବଡ ଅପଡେଟ୍ । ବିସିସିଆଇ ବିଧିବଦ୍ଧ ଭାବେ ଏବେ ଅହମ୍ମଦାବାଦ ଟିମକୁ ମଞ୍ଜୁରୀ ଅର୍ଥାତ ଲେଟର ଅଫ୍ ଇଣ୍ଟେଣ୍ଟ ପ୍ରଦାନ କରିଛି । ଯାହାଫଳରେ ଏବେ ଅହମ୍ମଦାବାଦ ଟିମ୍ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେବା ପକ୍କା ହୋଇଯାଇଛି ।

ଏଥର ଆଇପିଏଲରେ ଆଉ ଦୁଇଟି ନୂଆ ଦଳ ଭାଗ ନେବାକୁ ଯାଉଛନ୍ତି । ଯାହାକି ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଟିମ୍ । ତେବେ ଅହମ୍ମଦାବାଦକୁ କିଣିଥିବା ସିବିିସି ଗ୍ରୁପ ଜୁଆ ଖେଳରେ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିବା ପରେ ଅହମ୍ମଦାବାଦ୍ ଟିମକୁ ନେଇ କିଛି ଅସୁବିଧା ସୃଷ୍ଟି ହୋଇଥିଲା । ହେଲେ ଏବେ କିନ୍ତୁ ବିସିସିଆଇ ଏହି ଟିମକୁ ଲେଟର ଅଫ୍ ଇଣ୍ଟେଣ୍ଟ ପ୍ରଦାନ କରିବା ସହିତ ଏହି ଟିମକୁ ଆଇପିଏଲ ଖେଳିବାକୁ ଏକପ୍ରକାରର ମଞ୍ଜୁରୀ ପ୍ରଦାନ କରିଛି ।

ଅହମ୍ମଦାବାଦ୍ ଟିମକୁ ଏଥର ସିବିସି ଗ୍ରୁପ୍ ମୋଟ ୫୬୨୫ କୋଟି ଟଙ୍କା ଦେଇ କିଣିଛି । ଏବେ ଏହି ଟିମକୁ ବିସିସିଆଇ ମଞ୍ଜୁରୀ ମିଳିବା ପରେ ଏବେ ଏହି ଟିମ ଖେଳାଳି ନିଲାମ ପୂର୍ବରୁ ନିଜର ୩ ଜଣ ଖେଳାଳି ମଧ୍ୟ ଚୟନ କରିବ । କୁହାଯାଉଛି, ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଥିବା ଶ୍ରେୟାସ ଆୟାରଙ୍କୁ ଅହମ୍ମଦାବାଦ ଟିମର ଅଧିନାୟକ ପଦ ମିଳିପାରେ । ତା ସହିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ଟିମ ସହିତ ଯୋଡି ହୋଇପାରନ୍ତି । ତେବେ ଏନେଇ କିଛି ବି ନିଷ୍ପତ୍ତି ଏବେ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇନାହିଁ ।

ଏହାପୂର୍ବରୁ ଅହମ୍ମଦାବାଦ ଟିମ ଆଶିଷ ନେହେରାଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ତା ସହିତ ଭାରତକୁ ୨୦୧୧ ବିଶ୍ୱକପ୍ ବିଜୟୀ କରିଥିବା କୋଚ୍ ଗ୍ୟାରୀ କର୍ଷ୍ଟନ୍ ଦଳର ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଲକ୍ଷ୍ନୌ ଟିମ ମଧ୍ୟ ଗୌତମ ଗମ୍ଭୀରକୁ ନିଜର ମେଣ୍ଟର ଭାବେ ବାଛିଛି । ତା ସହି ଆଣ୍ଡି ଫ୍ଲାୱାର ଦଳର ମୁଖ୍ୟ କୋଚ୍ ଭୂମିକା ତୁଲାଇବେ ।

ସମ୍ବନ୍ଧିତ ଖବର