ଆରମ୍ଭ ହେଲା ଆଇପିଏଲ : ପ୍ରଥମ ମ୍ୟାଚରେ ଚେନ୍ନାଇ-କୋଲକାତା ମୁକାବିଲା

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ମୁମ୍ବାଇ : ଆଜିଠାରୁ ଆରମ୍ଭ ହୋଇଛି ଭାରତର ଲୋକପ୍ରିୟ ଘରୋଇ କ୍ରିକେଟ ଲିଗ୍ ଆଇପିଏଲର ୧୫ତମ ସଂସ୍କରଣ । ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସକୁ ଭେଟୁଛି ରନର୍ସଅପ୍ କୋଲକାତା ନାଇଟରାଇଡର୍ସ । ଏହି ମ୍ୟାଚରେ  କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଅନେକ ଦୃଷ୍ଟିକୋଣରୁ ଚଳିତ ଥରର ଆଇପିଏଲ ନିଆରା ହେବ । କାରଣ ଏଥର ୨ଟି ନୂଆ ଦଳକୁ ମିଶାଇ ମୋଟ ୧୦ଟି ଦଳ ମୈଦାନକୁ ଓହ୍ଲାଇଛନ୍ତି । ଫଳରେ ଏଥର ଅଧିକ ସଂଖ୍ୟକ ମ୍ୟାଚ ଖେଳାଯିବ । ଏଥର ଚେନ୍ନାଇ ଟିମ ମହେନ୍ଦ୍ର ସିଂ ଧୋନୀ ନୁହେଁ, ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି । ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଆଇପିଏଲରେ ଅଭୁତପୂର୍ବ ସଫଳତା ପାଇଛି । ଅନ୍ୟପକ୍ଷରେ କୋଲକାତା ଦଳ ବି ଏଥର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ।

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଆଇପିଏଲକୁ ଅଧାରେ ସ୍ଥଗିତ ରଖାଯାଇଥିଲା । ପରେ ସେପ୍ଟେମ୍ବର ମାସରେ ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯାଇଥିଲା । ଏଥିରେ ଚେନ୍ନାଇ କୋଲକାତାକୁ ହରାଇ ଚାମ୍ପିଅନ ହୋଇଥିଲା ।

 

 

ସମ୍ବନ୍ଧିତ ଖବର