ନୂଆଦିଲ୍ଲୀ: ଆଗାମୀ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ (ଆଇପିଏଲ୍) ୨୦୨୨’ ପାଇଁ ‘ପଞ୍ଜାବ କିଙ୍ଗସ୍’ର (ପିବିକେଏସ୍) ନୂଆ କ୍ୟାପ୍ଟେନ୍ ଭାବେ ଟିମ୍ ଇଣ୍ଡିଆର ଓପେନର୍ ମୟଙ୍କ ଅଗ୍ରୱାଲ୍ ନୂଆ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି।
ପୂର୍ବରୁ ‘ପଞ୍ଜାବ କିଙ୍ଗସ୍’ର ଅଧିନାୟକ ଥିବା କେ.ଏଲ୍. ରାହୁଲ୍ ‘ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍’ରେ ଯୋଗ ଦେବାରୁ ତାଙ୍କ ସ୍ଥାନରେ ମୟଙ୍କଙ୍କୁ ନିଯୁକ୍ତ କରାଯାଇଛି।
Image Courtesy of Cricket Addictorମୟଙ୍କଙ୍କ ନିଯୁକ୍ତ ସଂକ୍ରାନ୍ତରେ ‘ପଞ୍ଜାବ କିଙ୍ଗସ୍’ର କୋଚ୍ ଅନୀଲ କୁମ୍ବଲେ କହିଛନ୍ତି, ୨୦୧୮ରୁ ମୟଙ୍କ ଏଇ ପକ୍ଷର ଅବିଚ୍ଛେଦ୍ୟ ଅଂଶ ହୋଇ ରହି ଆସିଛନ୍ତି। ଗତ ୨ ବର୍ଷ ହେବ ଦଳର ନେତୃତ୍ବ ନେଉଛନ୍ତି। ନିକଟରେ ଶେଷ ହୋଇଥିବା ନିଲାମରେ ଆମେ ଚୟନ କରିଥିବା ନୂଆ ସ୍କ୍ବାଡ୍ରେ ଚମତ୍କାର ତରୁଣ ପ୍ରତିଭାବାନ ଏବଂ ଅଭିଜ୍ଞ ଖେଳାଳିମାନେ ଅଛନ୍ତି। ମୟଙ୍କଙ୍କୁ ଅଧିନାୟକ କରି ଆମେ ଏହି ଦଳର ଭବିଷ୍ୟତ ପାଇଁ ମୂଳଦୁଆ ସ୍ଥାପନ କରିବାକୁ ଚାହୁଁଛୁ। ମୟଙ୍କ କଠିନ ପରିଶ୍ରମୀ, ଉତ୍ସାହୀ ତଥା ଟିମ୍ର ନେତୃତ୍ବ ନେବା ଭଳି ସର୍ବଗୁଣସମ୍ପନ୍ନ ଖେଳାଳି। ତାଙ୍କ ସହ କାମ କରିବାକୁ ମୁଁ ଆଗ୍ରହର ସହ ଚାହିଁ ବସିଛି। ମୋର ମନେହୁଏ ସେ ଏହି ଦଳକୁ ସଫଳ କରାଇବା ଭଳି ନେତୃତ୍ବ ନେବେ।
ମୟଙ୍କ କହିଛନ୍ତି, ୨୦୧୮ରେ ‘ପଞ୍ଜାବ କିଙ୍ଗ୍ସ୍’ରେ ଥିଲି। ଏହି ଟିମ୍ର ପ୍ରତିନିଧିତ୍ବ କରି ମୁଁ ଗୌରବାନ୍ବିତ ମନେକରୁଛି। ଦଳର ନେତୃତ୍ବ ନେବାକୁ ସୁଯୋଗ ପାଇଥିବାରୁ ଆନନ୍ଦିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/mayank.jpg)