ଆସନ୍ତାବର୍ଷ ଆଇପିଏଲରୁ ହେବ ଭରପୁର ଆୟ, ନୂଆ ଟିମଙ୍କ ପ୍ରବେଶ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ସିଜିନ ପୂର୍ବ ଅପେକ୍ଷା ଅଧିକ ଧମାକାଦାର ହେବାକୁ ଯାଉଛି। କାରଣ ଆସନ୍ତା ବର୍ଷ ଏହି ଲିଗରେ ୨ଟି ନୂଆ ଦଳ ପ୍ରବେଶ କରିବେ | ରିପୋର୍ଟ ଅନୁଯାୟୀ, ବିସିସିଆଇ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ଏବଂ ବର୍ତ୍ତମାନ ଆୟ ବଢାଇବାକୁ ଚାହୁଁଛି। ଆଇପିଏଲ୍ ୨୦୨୨ ପୂର୍ବରୁ ବିସିସିଆଇ ନୂତନ ଦଳ ପାଇଁ ୨୦୦୦ କୋଟି ମୂଲ୍ୟର ବେସ ପ୍ରାଇସ ନିର୍ଦ୍ଧାରଣ କରିଛି |

ବୋର୍ଡ ଆଶା କରୁଛି ଯେ ବିଡିଂ ଶେଷ ହେବାବେଳକୁ ଏହି ମୂଲ୍ୟ ୫୦୦୦ କୋଟିରେ ପହଞ୍ଚିବ। ଯଦିଓ ପୂର୍ବରୁ ନୂତନ ଦଳର ବେସ ପ୍ରାଇସ ୧୭୦୦ କୋଟି ରଖାଯାଇଥିଲା, କିନ୍ତୁ ଏହାକୁ ବୃଦ୍ଧି କରାଯାଇଛି | ସେହିପରି ନିଲାମରେ ଅଂଶଗ୍ରହଣ କରୁଥିବା ଦଳକୁ ୭୫ କୋଟି ଟଙ୍କା ମୂଲ୍ୟର ବିଡ୍ ଡକ୍ୟୁମେଣ୍ଟ କିଣିବାକୁ ପଡ଼ିବ।

ଯେଉଁ କମ୍ପାନିର ବାର୍ଷିକ କାରବାର ୩୦୦୦ କୋଟି ହୋଇଥିବ, ସେମାନଙ୍କୁ ହିଁ ବିଡ୍ ଡକ୍ୟୁମେଣ୍ଟ କିଣିବାକୁ ଅନୁମତି ଦିଆଯିବ |ନୂତନ ଦଳର ଆଗମନ ସହିତ ମ୍ୟାଚ୍ ସଂଖ୍ୟା ମଧ୍ୟ ବଢିବ | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ସିଜନରେ ଆଇପିଏଲରେ ୭୪ ଟି ମ୍ୟାଚ୍ ଖେଳାଯିବ |

ସମ୍ବନ୍ଧିତ ଖବର