ମ୍ୟାଚ୍‌ ସରିବା ପରେ ଖୁସିରେ ଜାଡେଜାଙ୍କୁ ଟେକି ନେଲେ ଧୋନି; ବିଶେଷ ମୁହୂର୍ତ୍ତ ଦେଖି ଫ୍ୟାନ୍‌ଙ୍କ ଆଖିରେ ଆସିଗଲା ଲୁହ

ଅହମଦାବାଦ : ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ସାକାର ହୋଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ।

ତେବେ ଚେନ୍ନାଇ ସୁପର କିଙ୍ଗ୍‌ ବିଜୟ ମୁକ‌ୁଟ ପିନ୍ଧିଥିବା ବେଳେ ଖେଳ ସରୁ ସରୁ ଖୁସିରେ ରବୀନ୍ଦ୍ର ଜାଡ଼େଜାଙ୍କୁ କାଖେଇ ପକାଇଥିଲେ ମହେନ୍ଦ୍ର ସିଂହ ଧୋନି। ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବ‌ାରେ ଲାଗିଛି। ଆଇପିଏଲ୍‌ର ଏହି ବିଶେଷ ମୂହୂର୍ତ୍ତକୁ ଦେଖି ପ୍ରଶଂସକଙ୍କ ଆଖି‌ରେ ଲୁହ ଆସିଯାଉଛି। ଏହି ସମୟର ଭିଡିଓଟିକୁ ଆଇପିଏଲ୍‌ର ଟ୍ବିଟର୍‌ ପେଜ୍‌ରେ ସେୟାର୍‌ କରାଯାଇଛି।

 

ବର୍ଷା ବାଧା ସୃଷ୍ଟି କରିବାରୁ ଚେନ୍ନାଇ ପାଳିରେ ପରିବର୍ତ୍ତିତ ଲକ୍ଷ୍ୟ ୧୫ ଓଭରରେ ୧୭୧ ରନ୍‌ ରଖାଯାଇଥିଲା ବେଳେ ୧୧.୪ ହାରରେ ରନ୍‌ ଆବଶ୍ୟକତା ଥିଲା। ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରମଣାତ୍ମକ ଖେଳି ପାୱାରପ୍ଲେ ୪ ଓଭରରୁ ୫୨ ରନ୍‌ ବାହାର କରିବା ପରେ ଆଫଗାନୀ ବୋଲର ନୂର ଅହମ୍ମଦଙ୍କ ଗୋଟିଏ ଓଭରରେ ଦୁଇ ବ୍ୟାଟରଙ୍କୁ ଆଉଟ୍‌ କରି ବଡ଼ ସଫଳତା ଦେଇଥିଲେ। ସପ୍ତମ ଓଭରର ତୃତୀୟ ବଲ୍‌ରେ ଗାଏକ୍ବାଡ (୧୬ ବଲରୁ ୨୬ ରନ୍‌) ଓ ଶେଷ ବଲ୍‌ରେ କନୱେ (୨୫ ବଲରୁ ୪୭ ରନ୍‌) ଙ୍କୁ ନୂର ଆଉଟ୍‌ କରିଥିଲେ। ଅଜିଙ୍କ୍ୟ ରାହାଣେ ଚୌକା, ଛକା ପାର୍ଟିରେ ସାମିଲ ହୋଇ ଦଳକୁ ୧୦୦ ପାର୍‌ କରାଇଥିଲେ। କିନ୍ତୁ‌ ମୋହିତ ଶର୍ମାଙ୍କ ଧିମା ବଲ୍‌କୁ ଟାଇମିଂ କରିନପାରି ରାହାଣେ (୨୭) ଡିପ୍‌ ପଏଣ୍ଟରେ ଧରାପଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର