ନୂଆଦିଲ୍ଲୀ: ରାହୁଲଙ୍କ ବ୍ୟାଟିଂ ଦେଖିବା ସବୁଠୁ ବିରକ୍ତିକର। ଏଭଳି କହି ଚର୍ଚ୍ଚାରେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍। ସେ ଚାଲିଥିବା ଆଇପିଏଲ୍ ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନକୁ ନେଇ ଖୁସି ନଥିବା ଜଣାପଡ଼ିଛି। ପାୱାରପ୍ଲେରେ ରାହୁଲ ଦ୍ରୁତ ରନ୍ ସ୍କୋର କରିବାକୁ ସକ୍ଷମ ହେଉନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଥମ ୬ଓଭରରେ ତାଙ୍କ ଧୀର ବ୍ୟାଟିଂକୁ ପିଟରସେନ ସମାଲୋଚନା କରିବା ସହ କହିଛନ୍ତି ଯେ ପାୱାରପ୍ଲେରେ ରାହୁଲଙ୍କ ବ୍ୟାଟିଂ ଦେଖିବା ସବୁଠାରୁ ବିରକ୍ତିକର ବିଷୟ।
ରାଜସ୍ଥାନ ବିପକ୍ଷ ମ୍ୟାଚରେ ରାହୁଲ ରନ୍ ସ୍କୋର କରିବାକୁ ସଂଘର୍ଷ କରୁଥିବା ଦେଖି ପିଟରସନ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକଙ୍କୁ ସମାଲୋଚନା କରିଥିଲେ। ରାହୁଲଙ୍କ ସଟ୍ ଚୟନ ଏବଂ ଷ୍ଟ୍ରାଇକ ହାରକୁ ନେଇ ପିଟରସନ ପ୍ରଭାବିତ ହୋଇନଥିଲେ। ଏହା ଦେଖିବା ପରେ ପାୱାରପ୍ଲେରେ ରାହୁଲଙ୍କ ପ୍ରଦର୍ଶନ କେତେ ଖରାପ ତାହା ଦର୍ଶକଙ୍କୁ ଆଇପିଏଲ କମେନଟେଟର ପିଟରସନ ବୁଝାଇଥିଲେ।
ଅନେକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ କମେଣ୍ଟ୍ରି ସମୟରେ ପିଟରସନ, ରାହୁଲଙ୍କୁ ସମାଲୋଚନା କରିଥିଲେ। ଇଂଲଣ୍ଡର ପୂର୍ବତନ କ୍ରିକେଟର କହିଥିଲେ ଯେ କେ.ଏଲ୍ ରାହୁଲ ବ୍ୟାଟିଂ ଦେଖିବା ସବୁଠୁ ବିରକ୍ତିକର ବିଷୟ। ମ୍ୟାଚ ପରେ ପିଟରସନଙ୍କ ଏହି ବିବୃତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ତେବେ ଦେଖାଯାଇଥିଲା ଯେ, ରାହୁଲ ପ୍ରଥମ ୬ଟି ବଲରେ ରନ୍ କରି ପାରିନଥିଲେ। ପାୱାରପ୍ଲେରେ ରାହୁଲ ୧୯ଟି ବଲରେ ୧୯ରନ୍ ସ୍କୋର କରିଥିଲେ। ସେ ୩୨ବଲରୁ ୩୯ରନ୍ ସଂଗ୍ରହ କରିଥିବା ବେଳେ ଚାରିଟି ଚଉକା ଓ ଗୋଟିଏ ଛକା ମାରିଥିଲେ।