ଅହମଦାବାଦ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ଆଇପିଏଲ୍ ୨୦୨୩ ମହାସମର। ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ତିନି ତାରକା ଅରିଜିତ ସିଂହ, ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଧାନା ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଦର୍ଶକଙ୍କୁ ମତୁଆଲା କରିଥିଲେ। ଖୋଲା ଜିପ୍ରେ ପଡ଼ିଆ ଭିତର ଦେଇ ମଞ୍ଚକୁ ଆସିବା ପରେ ଅରିଜିତ ପିଆନୋରେ ନିଜ କଳାର ଯାଦୁଗରୀ ଦେଖାଇଥିଲେ। ପରେ ‘କେସରିଆ..., ଲେହରା ଦୋ..., ଚନ୍ନା ମେରେଆ..., କବିରା... ଓ ଏ ବତନ୍...’ ଆଦି ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ।
ପରେ ତମନ୍ନା ଓ ରଶ୍ମିକାଙ୍କ ଆଇଟମ୍ ନମ୍ବର ମଞ୍ଚରେ ନିଆଁ ଲଗାଇଥିଲା। ଏହି ଅବସରରେ ପାଖାପାଖି ୧୫୦୦ ଡ୍ରୋନ୍କୁ ନେଇ କରାଯାଇଥିବା ଲାଇଟ୍ ସୋ’ ମଧ୍ୟ ଆକର୍ଷଣୀୟ ହୋଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହଙ୍କ ଉପସ୍ଥିତିରେ ଦୁଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ଖୋଲା ଜିପ୍ରେ ଆସି ମଞ୍ଚ ଉପରେ ଫଟୋସୁଟ୍ କରାଇଥିଲେ। ବିଶେଷକରି ଘୋଷକ ମନ୍ଦିରା ବେଦୀ ଯେତେବେଳେ ଧୋନିଙ୍କ ନାମ ଘୋଷଣା କରିଥିଲେ, ସେତେବେଳେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଜୋର୍ରେ କମ୍ପନ କରିଥିଲା। ଚଳିତ ଆଇପିଏଲ୍ରେ କିଛି ନୂଆ ନିୟମ ଲାଗୁ କରାଯାଇଥିଲା ବେଳେ ଉଦ୍ଘାଟନୀ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/46564sfh65hsffhsfshsfh.jpg)