ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନରେ କମାଲ ପ୍ରଦର୍ଶନ କରୁଛନ୍ତି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏହି ଷ୍ଟାର କ୍ରିକେଟରଙ୍କୁ ପ୍ରତି ଷ୍ଟାଡିୟମରେ ପ୍ରଶଂସକଙ୍କ ଭଲପାଇବା ମିଳୁଥିବା ଦେଖିବାକୁ ମିଳୁଛି। ତେବେ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ଧୋନି ଖୁବଶୀଘ୍ର କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏମଧ୍ୟରେ ତାଙ୍କର ଜଣେ ପ୍ରଶଂସକ ଏକ ନିଆରା ପୋଷ୍ଟର ଜରିଆରେ ତାଙ୍କୁ ଏକ ବିଶେଷ ଅନୁରୋଧ କରିଥିବା ଦେଖିବାକୁ ମିଳିଛି।
ଯୁବକଜଣକ ହାତରେ ଏକ ପୋଷ୍ଟର ଧରିଛନ୍ତି, ଯେଉଁଥିରେ ସେ ସବୁଦିନ ମହେନ୍ଦ୍ର ସିଂହ ଧୋନିଙ୍କୁ ବିରିୟାନୀ ପଠାଇବେ ବୋଲି ଲେଖିଛନ୍ତି। ହେଲେ ଏହାର ଏକ ସର୍ତ୍ତ ମଧ୍ୟ ରହିଛି। ସେ ଧରିଥିବା ପୋଷ୍ଟରରେ ଲେଖାଯାଇଛି, ଧୋନି ଭାଇ ଆଉ ଗୋଟିଏ ବର୍ଷ ଖେଳ। ପ୍ରତିଦିନ ମୁଁ ସ୍ବିଗିରୁ ତୁମକୁ ବିରିୟାନୀ ପଠାଇବି। ଯୁବକକଙ୍କ ଏଭଳି ଅନୁରୋଧ କରୁଥିବା ପୋଷ୍ଟର ଏବେ ଭାଇରାଲ ହେବାରେ ଲାଗିଛି।
/sambad/media/post_attachments/3bdf1dde51d2ea692ecbc99f1c0a126f8b08d6ec3cc8b485dfca237c784ebba5.jpeg)
କୁହାଯାଉଛି ଯେ, ଚଳିତ ଆଇପିଏଲ ମହେନ୍ଦ୍ର ସିଂହ ଧୋନିଙ୍କ ଶେଷ ଆଇପିଏଲ ହେବ। ଏହାର ସଙ୍କେତ ଧୋନି ଅନେକ ଥର ଦେଇସାରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ବରେ ସିଏସକେର ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଥିବା ବେଳେ ୮ଟି ମ୍ୟାଚ ମଧ୍ୟରୁ ୫ଟି ଜିତିସାରିଛି ସିଏସକେ। ଆଗାମୀ ମ୍ୟାଚରେ ମଧ୍ୟ ଧୋନିଙ୍କ କମାଲ ଦେଖିବାକୁ ମିଳିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।