ନୂଆଦିଲ୍ଲୀ: ଗତ ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ହାସଲ କରିଥିଲା।
ଶେଷ ଦୁଇ ବଲ୍ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ ବିଜୟ ମୁକୁଟ ପିନ୍ଧିଥିବା ବେଳେ ଖେଳ ସରୁ ସରୁ ଖୁସିରେ ରବୀନ୍ଦ୍ର ଜାଦେଜାଙ୍କୁ ମହେନ୍ଦ୍ର ସିଂହ ଧୋନି କାଖେଇ ପକାଇଥିଲେ। ଯାହାର ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା।
ତେବେ ଯେଉଁ ବ୍ୟାଟରେ ଜାଦେଜା ଶେଷ ଓଭରରେ ଧମାଲ କରି ଟିମକୁ ଜିତାଇଥିଲେ, ସେହି ବ୍ୟାଟକୁ ସିଏସକେ ଷ୍ଟାର ଜଣେ କ୍ରିକେଟରଙ୍କୁ ଉପହାରେ ଦେଇଛନ୍ତି। ଉକ୍ତ କ୍ରିକେଟର ଜଣକ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହି ଘଟଣାକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି।
ଏହି କ୍ରିକେଟରଙ୍କ ନାମ ଅଜୟ ମଣ୍ଡଳ। ଯିଏକି ଛତିଶଗଡ଼ରେ ବସବାସ କରନ୍ତି। ଅଜୟ ମଣ୍ଡଳଙ୍କୁ ସିଏସକେ ୨୦ଲକ୍ଷରେ କିଣି ନିଜ ଟିମରେ ସାମିଲ କରିଥିଲା।
ଏହି ସିଜନରେ ଅଜୟ ମଣ୍ଡଳ ସିଏସକେ ଟିମ ସହିତ ସାମିଲ ଥିଲେ। ଅଜୟ ମଣ୍ଡଳ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆଶା କରୁଛି କି ଆପଣଙ୍କୁ ମନେଥିବ ରବୀନ୍ଦ୍ର ଜାଦେଜା ସାର ଫାଇନାଲରେ ଏହି ବ୍ୟାଟରେ ୨ଟି ବଲରେ ୧୦ରନ ମାରିଥିଲେ। ଏହି ଖେଳ ଶେଷ ହେବାପରେ ସେ ଆର୍ଶୀବାଦ ସ୍ବରୂପ ମୋତେ ଏହି ବ୍ୟାଟକୁ ଉପହାରରେ ଦେଇଛନ୍ତି।’