ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନି ଚଳିତ ବର୍ଷ ସିଏସ୍‌କେର ଅଧିନାୟକ ପଦ ଛାଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଆଇପିଏଲ ଆରମ୍ଭ ହେବାର ଠିକ୍ ପୂର୍ବରୁ ସେ ଋତୁରାଜ ଗାଏକ୍ବାଡଙ୍କୁ ଦାୟିତ୍ବ ଦେଇ ଅଧିନାୟକତ୍ବ ଛାଡ଼ିଥିଲେ। ଏହା ପୂର୍ବରୁ ତାଙ୍କୁ ଧୂମପାନ କରୁଥିବା ଦେଖାଯାଇଥିଲା। ୨୦୨୪ରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି କାମ କରିଥିବା ଧୋନି ଏବେ ଗୀତ ଗାଇଥିବା ଦେଖାଯାଇଛି। ଏକ ସାଇକେଲର ବିଜ୍ଞାପନ ପାଇଁ ସେ ଗୀତ ଗାଇଥିବା ଜଣାପଡ଼ିଛି।

Advertisment

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଏକ ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଳାଇ ସେ ଗୀତ ଗାଉଛନ୍ତି। ବିଜ୍ଞାପନ ପାଇଁ ସେ ନିଜେ ଗୀତ ଗାଇଥିବା ଭିଡିଓ ଦେଖି ଜଣାପଡ଼ୁଛି। ସେ 'ବୋଲେ ଯୋ କୋଏଲ ବାଗୋ ମେଁ' ଗୀତ ଗାଉଥିବା‌ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୪୨ ବର୍ଷୀୟ ଧୋନି ୨୦୦୮ ମସିହାରୁ ହିଁ ଚେନ୍ନାଇ ସୁପରକିଙ୍ଗ୍ସର ଅଭିନ୍ନ ଅଙ୍ଗ ହୋଇ ରହିଆସିବା ସହ ତାଙ୍କ ନେତୃତ୍ବରେ ଦଳ ୫ ଆଇପିଏଲ୍‌ ଓ ୨ ଚାମ୍ପିଅନ୍ସ ଲିଗ୍‌ ଟ୍ରଫି ଜିତିଛି। ଗତବର୍ଷ ଧୋନିଙ୍କ ଅଧିନାୟକତ୍ବରେ ହିଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇ ସିଏସ୍‌କେ ପଞ୍ଚମ ଥର ପାଇଁ ଆଇପିଏଲ୍ ବିଜେତା ହୋଇଥିଲା। ଧୋନି ୨୫୦ ଆଇପିଏଲ୍ ମ୍ୟାଚ୍ ଖେଳି ୩୮.୭୯ ହାରରେ ୫,୦୮୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୪ ଅର୍ଦ୍ଧଶତକ। ୨୩୫ ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେଇଛନ୍ତି। ତାଙ୍କ ଅଧିନାୟକତ୍ବରେ ସିଏସ୍‌କେ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ଲଗାତାର ମୋଟ ୧୦ଟି ଫାଇନାଲ୍ ଖେଳିଛି। ଦୁଇଥର ଉପବିଜେତା ହୋଇଛି।