ନୂଆଦିଲ୍ଲୀ: ଗତରବିବାର ମ୍ୟାଚ୍ ଦେଖିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକ ମୁକେଶ ଅମ୍ବାନୀଙ୍କ ପୁଅ-ବୋହୂ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ୱାଙ୍ଖେଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଚେନ୍ନାଇ ସୁପର କିଙ୍ଗ୍ସକୁ ୯ ୱିକେଟ୍ରେ ପରାସ୍ତ କରି ସିଜିନର ପ୍ରଥମ ପରାଜୟର ପ୍ରତିଶୋଧ ନେଇଥିଲା। ଏହି ବିଜୟ ପରେ ମୁମ୍ବାଇ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନକୁ ଆସିଯାଇଛି।
ଅନନ୍ତ ଅମ୍ବାନୀ ଜଣେ କ୍ରିକେଟ୍ ପ୍ରେମୀ। ସେ ପିଲାଟି ଦିନରୁ ଭାଇ ଆକାଶ ଅମ୍ବାନୀଙ୍କ ସହିତ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଯାଇଥାଆନ୍ତି। ଅନନ୍ତଙ୍କ ଧର୍ମପତ୍ନୀ ରାଧିକାଙ୍କ ମଧ୍ୟ କ୍ରିକେଟ ଖେଳ ପ୍ରତି ରୁଚି ରହିଛି। କାରଣ ଅନନ୍ତଙ୍କ ସହ ବିବାହ ପରେ ତାଙ୍କୁ ଷ୍ଟାଡିୟମରେ ଅନେକଥର ମ୍ୟାଚ୍ ଦେଖୁଥିବାର ଦେଖିବାକୁ ମିଳିଛି। ଚଳିତ ସିଜିନରେ ଅନନ୍ତ ଓ ରାଧିକା ଉଭୟ ଷ୍ଡାଡିୟମରେ ଏକାଠି ବସି ମ୍ୟାଚ୍ ଦେଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।