ନୂଆଦିଲ୍ଲୀ: ଆଉ ଦିନକ ପରେ ଆରମ୍ଭ ଆଇପିଏଲ । ମୈଦାନରେ ଆଇପିଏଲ ମହାଯୁଦ୍ଧର ମଜା ନେବେ ଦର୍ଶକ । ଫଟାଫଟ କ୍ରିକେଟ୍ ସହ ନିଜ ନିଜର ସମର୍ଥିତ ଦଳକୁ ନେଇ ଚର୍ଚ୍ଚା ଆଲୋଚନା କରିବେ କ୍ରିକେଟ୍ ପ୍ରେମୀ । ମାର୍ଚ୍ଚ ୨୨ରୁ ଆଇପିଏଲ ମହାଯୁଦ୍ଧ ଆରମ୍ଭ ହେଉଥିବା ବେଳେ ମେ ୨୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ସାମ୍ନାକୁ ଆସିଛି ଆଇପିଏଲ ଟ୍ରଫି ସହ ଫଟୋସୁଟ୍ । ୧୦ଟି ଟିମର କ୍ୟାପଟେନ୍ ଟ୍ରଫି ସହ ଫଟୋସୁଟ୍ କରିଥିଲେ । ଏଥିସହ ନୂଆ ଜର୍ସିରେ ବି ନଜର ଆସିଛନ୍ତି ନୂଆ କ୍ୟାପଟେନ୍ ।
Iconic location 😍
— IndianPremierLeague (@IPL) March 20, 2025
Iconic trophy 🏆
🔟 captains all in readiness 💪
🥁 Let #TATAIPL 2025 begin 🥁 pic.twitter.com/23Nry0ZSyk
ତେବେ ଆଇପିଏଲର ଚଳିତ ସିଜିନରେ ବି ୧୦ଟି ଭାଗନେବା ସହ ୬୫ ଦିନରେ ଫାଇନାଲ ମ୍ୟାଚ ସମେତ୍ ମୈଦାନରେ ମୋଟ୍ ୭୪ଟି ମୁକାବିଲା ଦେଖିବାକୁ ମିଳିବ । ସମସ୍ତ ମ୍ୟାଚ୍ ଭାରତର ୧୩ଟି ଭେନ୍ୟୁରେ ଖାଳାଯିବାକୁ ଥିବା ବେଳେ ୬୨ଟି ମ୍ୟାଚ୍ ସନ୍ଧ୍ୟା ସମୟରେ ଏବଂ ୧୨ଟି ମ୍ୟାଚ୍ ଅପରାହ୍ଣରେ ଖେଳାଯିବା ନେଇ ଧାର୍ୟ୍ୟ ହୋଇଛି । ତେବେ ଅପରାହ୍ଣରେ ଖେଳାଯିବାକୁ ଥିବା ମ୍ୟାଚ୍ ୩.୩୦ରୁ ଆରମ୍ଭ ହେବ । ସେହିପରି ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚ୍ ସାଢେ ୭ଟାରୁ ଆରମ୍ଭ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/20/1MyRLY1pU2W7y2DiEn1q.jpg)