ମୁମ୍ବାଇ: ରବିବାର ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୯ ୱିକେଟରେ ପରାଜୟ ହୋଇଛି। ଏହି ପରାଜୟ ପରେ ସିଏସକେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାର ଅନେକ ସମ୍ଭାବନା ରହିଛି।

Advertisment

ଚେନ୍ନାଇ ୮ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ମ୍ୟାଚରେ ପରାଜୟ ହୋଇଛି। ଏହି ପରାଜୟକୁ ଧୋନି ଗ୍ରହଣ କରି ନପାରି କ୍ରୋଧିତ ହୋଇଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମ୍ୟାଚ୍ ଶେଷ ହେବା ମାତ୍ରେ ଏମଏସ ଧୋନି ସିଧାସଳଖ ପଡ଼ିଆରେ ଥିବା ଅମ୍ପାୟାରଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସେ ଅମ୍ପାୟାର ସହିତ କ୍ରୋଧିତ ହୋଇ କଥା ହେଉଥିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। 

ଖବର ଲେଖାହେଲା ପର୍ଯ୍ୟନ୍ତ ଧୋନି ଅମ୍ପାୟାରଙ୍କୁ ଖେଳ ଶେଷହେବାପରେ ପଡ଼ିଆ ମଝିରେ କ'ଣ କହିଥିଲେ ତାହା  ତ ସ୍ପଷ୍ଟ ହୋଇ ପାରିନାହିଁ,।ତଥାପି ଭିଡିଓରୁ ସ୍ପଷ୍ଟ ହେଉଛି ଯେ ୧୪ତମ ଓଭରରେ ଏମଏସ ଧୋନି ନିୟମ ଅନୁସାରେ ଏକ ନୂତନ ବଲ୍ ମାଗିଥିଲେ କିନ୍ତୁ ଅମ୍ପାୟାର ଏହାକୁ ଅନୁମତି ଦେଇ ନଥିଲେ। ଏହି ସମୟରେ ଅଧିନାୟକ ଏବଂ ଅମ୍ପାୟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।