ଅହମଦାବାଦ: ଭିନ୍ନ ଅବତାରରେ ଓ୍ଵେଷ୍ଟ ଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର କ୍ରିସ୍ ଗେଲ୍ । ଯେତେବେଳେ ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ ଟକ୍କର ଚାଲିଛି ଆଉ ସାରା ଦୁନିଆର ନଜର ମ୍ୟାଚ ଉପରେ ଅଟକି ରହିଛି ଠିକ୍ ସେତେବେଳେ କ୍ରିସ୍ ଗେଲଙ୍କୁ ଦେଖିବାକୁ ମିଳିଛି କିଛି ଭିନ୍ନ ରୂପରେ । ଯେଉଁଠି ସେ ନିଆରା ଅନ୍ଦାଜରେ ଫାଇନାଲ ଖେଳୁଥିବା ଦୁଇ ଦଳ ଆରସିବି-ପଞ୍ଜାବ କିଙ୍ଗ୍ସକୁ ସମର୍ଥନ ଜଣାଇଛନ୍ତି ।
ମୁଣ୍ଡରେ ପଗଡ଼ି ପିନ୍ଧି ସେ ପଞ୍ଜାବ କିଙ୍ଗ୍ସକୁ ସମର୍ଥନ ଜଣାଇଥିବା ବେଳେ ଆରସିବିର ଜର୍ସି ଏବଂ କଷ୍ଟମାଇଜ୍ଡ ଜୋତା ପିନ୍ଧି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ସମର୍ଥନ ଜଣାଇଛନ୍ତି । ଅତୀତରେ ସେ ଉଭୟ ଦଳରେ ଖେଳିଥିବା ବେଳେ ଆଜି ଯେତେବେଳେ ଦୁଇ ଦଳ ଫାଇନାଲ ବାଜି ଲଢୁଛନ୍ତି ସେତେବେଳେ ସେ ଉଭୟ ଟିମକୁ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି ।
ତେବେ ୨୦୧୧ରୁ ୧୭ ଯାଏଁ କ୍ରିସ୍ ଗେଲ୍ ଆରସିବି ପାଇଁ ଖେଳିଥିବା ବେଳେ ସେ ୮୫ଟି ମ୍ୟାଚରେ ୩୧୬୩ ରନ କରିଥିଲେ । ଯେଉଁଥିରେ ୫ଟି ଶତକ ଏବଂ ୧୯ଟି ଅର୍ଦ୍ଧଶତକ ରହିଛି । ସେହିପରି ୨୦୧୮ରୁ ୨୧ ଯାଏଁ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଛନ୍ତି । ୪୧ଟି ମ୍ୟାଚରେ ୧୩୩୯ ରନ୍ କରିଥିଲେ, ଯେଉଁଥିରେ ଗୋଟାଏ ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି ।
୨୦୦୯, ୨୦୧୧, ୨୦୧୬ରେ ଆରସିବି ଫାଇନାଲ ଯାଏଁ ଯାଇଥିବା ବଳେ ୩ ଥର ଯାକ ନିରାଶ ହୋଇଛି । ସେହିପରି ପଞ୍ଜାବ କିଙ୍ଗ୍ସ ୨୦୧୪ରେ ମାତ୍ର ଥରୁଟେ ଫାଇନାଲକୁ ପ୍ରବେଶ କରିଥିବା ବେଳେ ପରାଜୟର ସ୍ବାଦ ଚାଖିଛି । ତେଣୁ ୨୦୨୫ରେ ଉଭୟ ପୂର୍ବ ପରାଜିତ ଦଳ ଫାଇନାଲରେ ଫାଇଟ୍ କରିୁଥିବାରୁ ସମସ୍ତଙ୍କ ନଜର ପଡିଆ ଉପରେ ହିଁ ରହିଛି ।