ଅହମଦାବାଦ: ଆଇପିଏଲ ଦେଖିବାକୁ ଆସିଛନ୍ତି ଋଷି ସୁନକ । ଅହମଦାବାଦରେ ଚାଲିଥିବା ଆଇପିଏଲ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଆସିଛନ୍ତି ବ୍ରିଟିଶ ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆଜି ଫାଇନାଲ୍ ମ୍ୟାଚରେ ଆରସିବି-ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଋଷି ସୁନକ ଆରସିବିର ବଡ଼ ପ୍ରଶଂସକ ହୋଇଥିବାରୁ ସେ ଫାଇନାଲ୍ ଫାଇଟ ଦେଖିବାକୁ ଆସିଛନ୍ତି ।
ତେବେ ଋଷି ସୁନକ ଆରସିବି ଏବଂ କୋହଲିଙ୍କ ବିରାଟ ପ୍ରଶଂସକ ବୋଲି କୁହନ୍ତି । ସେ ଖୋଦ୍ ବେଙ୍ଗାଲୁରୁରୁ ବିବାହ କରିଥିବାରୁ ଆରସିବିକୁ ନିଜ ଦଳ ବୋଲି କୁହନ୍ତି । ତାଙ୍କ ବିବାହ ସମୟରେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଆରସିବି ଜର୍ସି ଉପହାର ଦେଇଥିଲେ ଏବଂ ସେବେଠାରୁ ସେ ଆରସିବିର ପ୍ରଶଂସକ ବୋଲି କହିଛନ୍ତି ସୁନକ ।
ତେବେ ବିରାଟ ସୁନକଙ୍କ ପ୍ରିୟ ଖେଳାଳି ବୋଲି ସେ କହିଛନ୍ତି । ଆଉ ବିରାଟଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍ ମଧ୍ୟ ତାଙ୍କ ପାଖରେ ଅଛି ଯାହା ତାଙ୍କୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଉପହାର ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/03/FwGIf12dj4fndjusOexB.jpg)