ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୬୩ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏପର୍ଯ୍ୟନ୍ତ ତିନୋଟି ଦଳ ପ୍ଲେଅଫରେ ପ୍ରବେଶ କରିଥିବା ବେଳେ ୫ଟି ଦଳ ଏଥିରୁ ବାଦ୍ ପଡ଼ିଛନ୍ତି।
ପ୍ଲେଅଫରେ ପହଞ୍ଚିବା ପାଇଁ ଚତୁର୍ଥ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢ଼େଇ ଚାଲିଛି। ବୁଧବାର ମୁମ୍ବାଇରେ ବର୍ଷା ହେବାର ସମ୍ଭାବନା ଥିବାରୁ ମୁମ୍ବାଇ-ଦିଲ୍ଲୀ ମ୍ୟାଚ୍ ବାତିଲ ଘୋଷଣା କରାଯାଇପାରେ ।
୧୨ଟି ମ୍ୟାଚରେ ମୁମ୍ବାଇର ୧୪ ପଏଣ୍ଟ ଅଛି ଏବଂ ଏହାର ନେଟ୍ ରନରେଟ +୧.୧୫୬ ରହିଛି। ସେହିପରି ୧୨ଟି ମ୍ୟାଚ୍ରୁ ଦିଲ୍ଲୀ କ୍ୟାପିଟାଲ୍ସର ୧୩ ପଏଣ୍ଟ ଅଛି କିନ୍ତୁ ନେଟ୍ ନେଟ୍ ରନରେଟ ଅଛି +୦.୨୬୦। ।
ଯଦି ବର୍ଷା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ବାତିଲ ହୁଏ, ତେବେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯିବ। ଏହି ପରିସ୍ଥିତିରେ ମୁମ୍ବାଇର ୧୫ ପଏଣ୍ଟ ଏବଂ ଦିଲ୍ଲୀର ୧୪ ପଏଣ୍ଟ ରହିବ। ମ୍ୟାଚ୍ ବାତିଲ ହେଲେ ଉଭୟ ଦଳର ପ୍ଲେଅଫରେ ପହଞ୍ଚିବା ଆଶା ପରବର୍ତ୍ତୀ ମ୍ୟାଚ୍ ଉପରେ ନିର୍ଭର କରିବ।
ମୁମ୍ବାଇ ଇଣ୍ଡିଆନ୍ସ ବିଷୟରେ କହିବାକୁ ଗଲେ, ଆଜିର ମ୍ୟାଚ୍ ବାତିଲ ହେବା ପରେ, ଯଦି ମୁମ୍ବାଇ ପରବର୍ତ୍ତୀ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରେ, ତେବେ ଏହା ୧୭ ପଏଣ୍ଟ ସହିତ ସିଧାସଳଖ ପ୍ଲେଅଫକୁ ଯିବ। ସେହିପରି ଯଦି ଦିଲ୍ଲୀ ପ୍ଲେଅଫ୍ ଯିବାକୁ ଚାହେଁ, ତେବେ ତାକୁ ଯେକୌଣସି ମୂଲ୍ୟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିବାକୁ ପଡିବ।