ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଛି ଆଇପିଏଲ ଫାଇନାଲ୍ ଫାଇଟ । ଦୁଇ ଦଳ ଭିତରେ କଡା ଟକ୍କର ଚାଲିଥିବା ବେଳେ ଆଜି କିଏ ହେବ ଚାମ୍ପିୟନ ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ପଡିଆ ଉପରେ ରହିଛି ସାରା ଦୁନିଆର ଆଖି । ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦୁଇ ଦଳ ଏଯାଏଁ ଥରେ ବି ଚାମ୍ପିଅନ୍ସ ଟ୍ପଫି ହାତେଇ ପାରିନାହାନ୍ତି । ଏଥର ଦୁଇ ଦଳ ଟାଇଟଲ୍‌ ହାତେଇବାକୁ ଚେଷ୍ଟା ଚଳାଇଛନ୍ତି । 
ଆଉ ମ୍ୟାଚ୍ ପରେ ଦୁଇ ଦଳ ପାଇବେ କୋଟି କୋଟି ଟଙ୍କା । ମ୍ୟାଚ୍ ଜିତିଲେ ବି ପାଇବ, ହାରିଲେ ବି ପାଇବେ । ବିଜେତା ଦଳ ଉପରେ ଟଙ୍କା ବର୍ଷା ହେବାକୁ ଥିବା ବେଳେ ଉପବିଜେତା ଦଳକୁ କିଛି କମ୍‌ ଟଙ୍କା ମିଳିବନି । ତେବେ ଜାଣନ୍ତୁ ଆଇପିଏଲ ଟ୍ରଫି ଜିତିଲେ କିଏ ପାଇବ କେତେ ଟଙ୍କା । 

Advertisment

ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ମୁତାବକ ଏଥର ଆଇପିଏଲରେ ବି ଗତ ସିଜିନ୍‌ ଭଳି ପୁରସ୍କାର ଟଙ୍କା ମିଳିବ । ଏଥର ଚାମ୍ପିଅନ୍‌ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର ଭାବରେ ପ୍ରଦାନ କରାଯିବ । ସେହିଭଳି ଯେଉଁ ଦଳ ଫାଇନାଲ ହାରିବ ସେହି ଦଳକୁ ୧୨.୫ କୋଟି ପ୍ରଦାନ କରାଯିବ । 

ଖାଲି ସେତିକି ନୁହେଁ, ଯେଉଁ ଦଳ ତୃତୀୟ ସ୍ଥାନରେ ରହିବ ସେହି ଦଳକୁ ୭ କୋଟି ଟଙ୍କା ପ୍ରଦାନ କରାଯିବ । ଯେଉଁ ଦଳ ଚତୁର୍ଥ ସ୍ଥାନରେ ରହିଛି ସେହି ଦଳକୁ ୬.୫ କୋଟି ଟଙ୍କା ପ୍ରଦାନ କରାଯିବ । ଅନ୍ୟ କୌଣସି ଦଳକୁ ପୁରସ୍କାର ରାଶି ପ୍ରଦାନ କରାଯିବ ନାହିଁ । ଖାଲି ଦଳ ନୁହେଁ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । 

ଆଇପିଏଲ ୨୦୨୫: ପୁରସ୍କାର ରାଶି କେତେ ?

-ବିଜୟୀ ଦଳକୁ  ୨୦ କୋଟି ଟଙ୍କା, ରନର୍ସ-ଅପ୍ ଟିମକୁ ୧୨.୫ କୋଟି ଟଙ୍କା । ସେହିପରି ୩ୟ ସ୍ଥାନ ଅଧିକାର କରିଥିବା ଦଳକୁ ୭ କୋଟି ଟଙ୍କା ମିଳିବାକୁ ଥିବା ବେଳେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ମିଳିବ ୬.୫ କୋଟି ଟଙ୍କା ।

ସେପଟେ  ଗୋଟିଏ ସିଜିନରେ ସର୍ବାଧିକ ୱିକେଟ୍ (ପର୍ପଲ୍ କ୍ୟାପ୍)  ପାଇଁ ୧୦ ଲକ୍ଷ ଟଙ୍କା । ଗୋଟିଏ ସିଜିନରେ ସର୍ବାଧିକ ରନ୍‌ (ଅରେଞ୍ଜ କ୍ୟାପ୍) ପାଇଁ ୧୦ ଲକ୍ଷ ଟଙ୍କା । ସିଜିନର ଉଦୀୟମାନ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ସିଜିନର ସବୁଠାରୁ ମୂଲ୍ୟବାନ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

-ଗୋଟିଏ ସିଜିନରେ ସର୍ବାଧିକ ଛକା– ୧୦ ଲକ୍ଷ ଟଙ୍କା
-ସିଜିନର ସର୍ବୋତ୍ତମ କ୍ୟାଚ୍ - ୧୦ ଲକ୍ଷ ଟଙ୍କା
-ଗୋଟିଏ ସିଜିନରେ ସର୍ବାଧିକ ଚୌକା - ୧୦ ଲକ୍ଷ ଟଙ୍କା
-ପିଚ୍ ଏବଂ ଗ୍ରାଉଣ୍ଡ ପୁରସ୍କାର: ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ତେବେ ଆଜି କିଏ ହେବ ବିଜେତା ତାରି ଉପରେ ନଜର ।