ମୁମ୍ବାଇ : ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ ଏବଂ ସେ ବାସ୍ତବ ଜୀବନରେ ମଧ୍ୟ ଏକ ରାଜା ଭାବରେ ଜୀବନ ବଞ୍ଚନ୍ତି | ଫିଲ୍ମ ବ୍ୟତୀତ ବିଜ୍ଞାପନ ଓ ନିବେଶରୁ ଟଙ୍କା ଆୟ କରୁଥିବା ଶାହରୁଖ ଆଇପିଏଲରୁ ମଧ୍ୟ ଟଙ୍କା ଆୟ କରିଥାନ୍ତି | ବାଦଶାହ ଆଇପିଏଲରେ ‘କୋଲକାତା ନାଇଟ୍ ରାଇଡର୍ସ’ର ସହ-ମାଲିକ ଅଟନ୍ତି। ଏଥିପାଇଁ ଆଇପିଏଲରୁ ମଧ୍ୟ ପ୍ରତିବର୍ଷ ଅଭିନେତାଙ୍କ ଉପରେ ଟଙ୍କା ବର୍ଷା ହୁଏ | ଆପଣ ଜାଣନ୍ତି କି, କେକେଆର ଦଳର ମାଲିକ ଶାହରୁଖ ଖାନ ପ୍ରତିବର୍ଷ ଆଇପିଏଲରୁ କେତେ କୋଟି ରୋଜଗାର କରନ୍ତି।
ପ୍ରତ୍ୟେକ ଆଇପିଏଲ୍ ଦଳକୁ ବିସିସିଆଇ ପକ୍ଷରୁ ଟିଭି ପ୍ରସାରଣ ଏବଂ ପ୍ରାୟୋଜକରୁ ହେଉଥିବା ରୋଜଗାରର କିଛି ଭାଗ ଦିଆଯାଏ | ଶାହାରୁଖ ଖାନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳର ମାଲିକ ଥିବାରୁ ଏହା ମାଧ୍ୟମରେ ଅଭିନେତା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ମ୍ୟାଚ୍ ଫି, ଫ୍ରାଞ୍ଚାଇଜ୍ ଫି, ବିସିସିଆଇ ଇଭେଣ୍ଟ ରାଜସ୍ୱ ଏବଂ ପୁରସ୍କାର ରାଶିରୁ ବହୁତ ଟଙ୍କା ରୋଜଗାର କରନ୍ତି |
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ ପ୍ରତିବର୍ଷ ୨୫୦ରୁ ୨୭୦କୋଟି ଟଙ୍କା ରୋଜଗାର କରେ। ତେବେ ଟିମ ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ | ଖେଳାଳି କିଣିବା ଏବଂ ପରିଚାଳନା ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ହେଉଥିବା ବେଳେ ଦଳ ହାତକୁ ୧୫୦କୋଟି ଆସେ। ଯେହେତୁ ଦଳରେ ଶାହରୁଖ ଖାନଙ୍କ ଅଂଶ ୫୫ପ୍ରତିଶତ ରହିଛି, ତେଣୁ ଏହି ଅନୁସାରେ ସେ ପ୍ରତିବର୍ଷ ୭୦-୮୦ କୋଟି ରୋଜଗାର କରନ୍ତି।
shahrukh khan | IPL