ପୁନେ: ସେନ୍ ଓ୍ଵାଟସନ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗସ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରଇ ୨୧୧ ରନ୍ ସଂଗ୍ରହ କରିବା ପରେ ଦିଲ୍ଲୀ ଡେୟାରଡେଭିଲସ୍କୁ ୨୧୨ ରନ୍ ଟାର୍ଗେଟ ମିଳିଛି। ଆଇପିଏଲ୍ ୧୧ର ତମ ସଂସ୍କରଣର ସୋମବାର ମ୍ୟାଚ୍ରେ ଟସ୍ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚେନ୍ନାଇ ପ୍ରଥମ ଓ୍ଵିକେଟ୍ରେ ୧୦୨ ରନ୍ ସଂଗ୍ରହ କରିବା ପରେ ଦଳ ଭଲ ସ୍କୋର କରିପାରିଛି। ଦିଲ୍ଲୀର ପ୍ରଥମ ଶିକାର ଡୁପ୍ଲେସିସ ହୋଇଥିବା ବେଳେ ୨ୟ ଶିକାର ହୋଇଥିଲେ ସୁରେଶ ରୈନା(୧)। ସେତେବେଳକୁ ସ୍କୋର ୧୦୨ ରନ୍ ଥିଲା। ଚେନ୍ନାଇ ୧୩୦ ରନ୍ରେ ସେନ୍ ଓ୍ଵାଟସନ୍ଙ୍କୁ ହରାଇଥିଲା।
ମହେନ୍ଦ୍ର ସିଂହ ଧୋନି ୨୨ ଟି ବଲ ଖେଳି ଅପରାଜିତ ୫୧ ରନ୍ ସଂଗ୍ରହ କରିଥିବା ବେଳେ ଅମ୍ବାତି ରାୟଡୁ ୨୪ଟି ବଲ ଖେଳି ୪୧ ରନ୍ ସଂଗ୍ରହ କରିଥିଲେ। ଅମିତ ମିଶ୍ରା, ବିଜୟ ଶଙ୍କର ଓ ଗ୍ଲେନ ମ୍ୟାକସ୍େଓ୍ଵଲଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/wato_4777_1525101407_618x347.jpeg)