ଆଇପିଏଲ୍‌: ଡାଭିଡ ଓ୍ଵାର୍ଣ୍ଣରଙ୍କ ୮୦ ରନ୍‌, ପଂଜାବକୁ ୨୧୩ ରନ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ୍‌: ଡାଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ (୮୦ ରନ, ୫୬ ବଲ, ୭ ଚୌକା, ୨ ଛକା) ବଳରେ ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୨୧୨ ରନ କରିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୮ତମ ମ୍ୟାଚରେ ଟସ୍‌ ଜିଣି ପଂଜାବ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୨୧୨ ରନ କରିବା ପରେ କିଙ୍ଗସ୍‌ ଏକାଦଶ ପଂଜାବୁ ୨୧୩ ରନ୍‌ ଟାର୍ଗେଟ ମିଳିଛି। ଓ୍ଵାର୍ଣ୍ଣର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ଆଉଟ ହୋଇ ପାଭଲିଅନ୍‌ ଫେରିଥିଲେ।

ଓ୍ଵାର୍ଣ୍ଣର ପ୍ରଥମ ଓ୍ଵିକେଟରେ ଋଦ୍ଧିମାନ ଶାହା (୨୮ ରନ୍‌)ଙ୍କ ଶହ ୭୮ ରନ ଭାଗିଦାରୀ ହୋଇଥିଲେ। ଶାହା ୧୩ଟି ବଲ ଖେଳି ମୁରୁଗାନ ଅଶ୍ୱିନଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟରେ ମଧ୍ୟ ହାଇଦ୍ରାବାଦ୍‌ ଭଲ ସ୍କୋର କରିଥିଲା। ସ୍କୋର ୧୬୦ ରନ୍‌ରେ ମନୀଷ ପାଣ୍ଡେ ଦଳର ଦ୍ୱିତୀୟ ଓ୍ଵିକେଟ ଭାବେ ଅଶ୍ୱିନଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ପଂଜାବର ୩ୟ ଶିକାର ହୋଇଥିଲେ ଓ୍ଵାର୍ଣ୍ଣର।

Cricbuzz

ସ୍କୋର ୪ର୍ଥ ଓ୍ଵିକେଟରେ କେନ ଓ୍ଵିଲିୟମସନ (୧୪ ରନ୍‌) ଆଉଟ ହେବା ବେଳକୁ ଟିମର ସ୍କୋର ୧୯୭ ରନ୍‌ ଥିଲା। ମହମ୍ମଦ ସାମିଙ୍କ ବଲ୍‌ରେ ଓ୍ଵିଲିୟମସନ ଆଉଟ ହୋଇଥିଲେ। ମହମ୍ମଦ ନବି ୨୦ ରନ୍‌, ରସିଦ ଖାନ ୧ ରନ କରିଥିବା ବେଳେ ବିଜୟ ଶଙ୍କର ଅପରାଜିତ ୭ ରନ୍‌ ଏବଂ ଅଭିଷେକ ଶର୍ମା ଅପରାଜିତ ୫ ରନ କରି ପାଭଲିଅନ ଫେରିଥିଲେ।

ସମ୍ବନ୍ଧିତ ଖବର