ମୁମ୍ବାଇ: ଅଧିନାୟକ ରୋହିତ ଶର୍ମା(୯୪ ରନ୍, ୫୨ ବଲ, ୧୦ ଚୌକା, ୫ଛକା) ଓ ଇଭିନ ଲୁଇସ(୬୫ ରନ୍, ୪୨ ବଲ, ୬ ଚୌକା, ୫ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍ ୨୧୩ ରନ୍ ସଂଗ୍ରହ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୧ତମ ସଂସ୍କରଣର ମଙ୍ଗଳବାର ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରିବା ପରେ ବେଙ୍ଗାଲୁରୁକୁ ୨୧୪ ରନ୍ ବିଜୟ ଲକ୍ଷ୍ୟ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓ୍ଵାଙ୍ଖେଡେ ଷ୍ଟାଡିୟମରେ ବିନା କୌଣସି ରନ୍ରେ ମୁମ୍ବାଇ ଓପନର ସୂର୍ଯ୍ୟକାନ୍ତ ଯାଦବ ଓ ଈଶାନ କିଷାନଙ୍କୁ ହରାଇବା ପରେ ଧୈର୍ଯ୍ୟତାର ସହିତ ଲୁଇସ ଓ ରୋହିତ ବ୍ୟାଟିଂ କରିଥିଲେ।
ମୁମ୍ବାଇ ୩ୟ ଓ୍ଵିକେଟରେ ୧୦୮ ରନ୍ ସଂଗ୍ରହ କରିବା ପରେ ଲୁଇସଙ୍କୁ ହରାଇ ଥିଲା। ବେଙ୍ଗାଲୁରୁର ୪ର୍ଥ ଶିକାର ହୋଇଥିଲେ କୃଣାଳ ପାଣ୍ଡ୍ୟା। ସେତେବେଳକୁ ଦଳର ସ୍କୋର ୧୪୮ ରନ୍ ଥିଲା। ୧୭୮ ରନ୍ରେ ମୁମ୍ବାଇ କିରଣ ପୋଲର୍ଡଙ୍କୁ ହରାଇଥିଲା। ୨୦୭ ରନ୍ରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ।